ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବଙ୍କ କୋକସରା ବ୍ଲକ ଗସ୍ତ, ବୁଢ଼ାରଜା ମନ୍ଦିର ଓ ଡୋକରୀଚଞ୍ଚରା ପରିଦର୍ଶନ

କୋକସରା,୨୧/୫- କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଶନିବାର ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟନ କୋକସରା ବ୍ଲକ ଆମପାଣି ବୁଢ଼ାରଜା ମନ୍ଦିରରେ ମଧ୍ୟାହ୍ନରେ ପହଞ୍ଚି ପ୍ରଥମେ ଆରାଧ୍ୟ ଦେବ ବୁଢ଼ାରଜାଙ୍କ ଦର୍ଶନ ଲାଭ କରି ମଞ୍ଚକୁ ଯାଇଥିଲେ। ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସଚିବ ଙ୍କୁ ପୁଷ୍ପ ବର୍ଷା କରି ସ୍ୱାଗତ କରିଥିବା ବେଳେ ସଚିବଙ୍କୁ ଦେଖିବା ପାଇଁ ଓ ଅଭିଯୋଗ ପତ୍ର ଦେବାପାଇଁ ରାସ୍ତାର ଦୁଇକଡ଼ରେ ଶହ ଶହ ଲୋକ ରହିଥିଲେ। ସମସ୍ତଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ସଚିବ ଲୋକଙ୍କ ସହ ଖୋଲାଖୋଲି ମିଶିବା ସହ ମାନଖୋଲି କଥା ହୋଇଥିଲେ । ମଞ୍ଚରେ ଜୟ ବୁଢ଼ାରଜା କହି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ବୁଢ଼ାରଜା ମନ୍ଦିରକୁ ସୌନ୍ଦର୍ଯ୍ୟ କରଣ କରି ରାଜ୍ୟର ଅନ୍ୟ ଧାର୍ମିକ ସ୍ଥଳୀ ଭଳି ସୁନ୍ଦର ରୂପରେଖ ଦିଆଯିବ, ଆମପାଣିରେ ମିନି ଷ୍ଟାଡିୟମ ନିର୍ମାଣ ଓ କରକ ଜଳ ପ୍ରପାତର ବିକାଶ କରାଯିବ ବୋଲି କହିଛନ୍ତି। ପରେ ବିଜୁ ଏକ୍ସପ୍ରେସ ୱେ ଦେଇ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ପହଞ୍ଚିବା ପରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ ମାନେ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀରାମ ମନ୍ଦିର ଦର୍ଶନ କରିବା ପରେ ମଞ୍ଚରେ ଲୋକଙ୍କୁ ସମ୍ବୋଧନ କରି ଓଡିଶାର ମାନଚିତ୍ରରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାର ରୂପରେଖର ସୌନ୍ଦର୍ଯ୍ୟ କରଣ କରି ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ ୫ ଟି ସଚିବ । ସେ ଧର୍ମଗଡ ଉପ ଜିଲ୍ଲାପାଳ ଥିବା ବେଳେ ଧର୍ମଗଡ କଳାହାଣ୍ଡି ଉତ୍ସବ ବେଳେ ମଞ୍ଚକୁ ଗୁଡହାଣ୍ଡିର ରୂପ ରେଖ ଦେଇଥିବା ମନେ ପକାଇଥିଲେ । ପରେ ଧର୍ମଗଡ଼ ବ୍ଲକ ଅଭିମୁଖେ ବାହାରି ଥିଲେ। ୫ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଥିଲା।ସଚିବଙ୍କ ସହ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡି, କଳାହାଣ୍ଡି ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଡିଏଫଓ ଦୟାନନ୍ଦ ଗଜାନନ ଲାଡେ, କୋକସରା ବିଡ଼ିଓ ଉତ୍ତମ ବାଗ, କୋକସରା ତହସିଲଦାର ଦେବବ୍ରତ କରାଟି ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ୫ଟି ସଚିବଙ୍କୁ ଦେଖିବା ପାଇଁ ଆମପାଣି ଓ ଡୋକରୀଚଞ୍ଚରା ଠାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!