ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ – ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ

ଗୋଲାମୁଣ୍ଡା ତା ୨୧/୫ ,ନିର୍ଭୟ, ନିରପେକ୍ଷ ମସିହା, //ତିନିଦିନିଆ କଳାହାଣ୍ଡି ଗସ୍ତ ରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଆଜି ହେଉଛି ତୃତୀୟ ଦିନ , ଏହି ଅବସରରେ ସକାଳ ୦୬:୪୦ସମୟରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ଜନାହିତକର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ଓ ମହିଳା ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଠିକ ଭାବରେ ପହଞ୍ଚୁଛି ନା ନାହିଁ ସେ ବିଷୟରେ ପଚାରିବୁଝିଥିଲେ । ଏହି ପରିପ୍ରେକ୍ଷୀରେ ଅନେକ ଲୋକ ନିଜ ନିଜ ସମସ୍ୟା ଓ ଅଞ୍ଚଳର ସମସ୍ୟା ନେଇ ଲିଖିତ ଅଭିଯୋଗ ମାଧ୍ୟମରେ ୫ଟି ସଚିବଙ୍କୁ ଜଣାଇଥିଲେ। ଲିଖିତ ଅଭିଯୋଗ ଗୁଡିକୁ ଗ୍ରହଣ କରି ଖୁବଶୀଘ୍ର ଏହି ସବୁ ସମସ୍ୟା ଗୁଡିକର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ବୃନ୍ଦାବାହାଲ ଠାରେ ନିର୍ମାଣ ଧିନ ୧୩୨/୩୩କେଭି ପାୱାର ଗ୍ରୀଡ଼ର ସମୀକ୍ଷା କରିଥିଲେ ଓ ପାୱାର ଗ୍ରୀଡ଼ ର ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନେଶ୍ବା ରେଡ୍ଡୀ,ଉପଜିଲ୍ଲାପାଳ ଧର୍ମଗଡ଼,ବେଦ ଭୂଷଣ, ଏସ୍ଡିପିଓ ଧର୍ମଗଡ଼, ଗୋଳାମୁଣ୍ଡା ପୋଲିସ ରମଣି ରଂଜନ ଦଳାଇ ପ୍ରଶାସନଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମୁଗକଣି ଗ୍ରାମରେ ମହିମା ଅଲେଖଙ୍କ ଯଜ୍ଞରେ ଯୋଗ ଦେଇ ଆଶୀଷ ନେଲେ ପ୍ରାକ୍ତନ ଵିଧାୟକ ଅଂଶୁମାନ

masiha

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

masiha

ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସର ଉଦ୍ୟମରେ ରଥଯାତ୍ରା ସମୟରେ ଜନସେବା

Sunil Chandra Nayak

Leave a Comment

error: Content is protected !!