ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଓଡ଼ିଶା କୁଡୁମି ସେନା ତରଫରୁ କଳା ଦିବସ ପାଳିତ 

ରାଇରଙ୍ଗପୁରରେ ଓଡ଼ିଶା କୁଡୁମି ସେନା ତରଫରୁ କଳା ଦିବସ ପାଳିତ 

 ମୟୂରଭଞ୍ଜ – ୬/୯ ( ମସିହା) ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ସମ୍ବିଧାନରେ ଭାରତ ସରକାର କୁଡୁମି ସଂପ୍ରଦାୟକୁ ବିନା କାରଣରେ ଏସଟି ମାନ୍ୟତାରୁ ଉଛେଦ କରିଥିଲେ ।ଯାହାକି କଡୁମି ଜାତିର ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଇଛି ।ଏହାକୁ ନେଇ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା କୁଡୁମି ଜାତିକୁ ପୁନଃ ଏସଟି ମାନ୍ୟତା ଦେବା ପାଇଁ କୁଡୁମି ସଂପ୍ରଦାୟ ପକ୍ଷରୁ ନିଜର ହଁ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯାଉଛି ।ସାରା ଭାରତରେ କୁଡୁମି ସଂପ୍ରଦାୟର ଲୋକେ ୩ କୋଟିରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଓଡ଼ିଶାର ୯ ଟି ଜିଲ୍ଲାରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ କୁଡମି ସମାଜର ଲୋକେ ବସବାସ କରୁଛନ୍ତି ।ସରକାର ନିର୍ଵାଚନ ଆସିଲେ କେବଳ ଭୁଆଁ ଭୁଲାଉଛନ୍ତି । ତେଣୁ କୁଡୁମି ସଂପ୍ରଦାୟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସେପ୍ଟେମ୍ବର ୬ କୁ କଳା ଦିବସ ପାଇଁ ଜୋରଦାର ପ୍ରସ୍ତୁତ କରାଯାଇଥିଲା । ଆଜି ରାଜ୍ୟ ଓଡିଶା କୁଡୁମି ସେନାର ଅଧ୍ୟକ୍ଷ ଶ୍ରୀ ଦିବ୍ୟସିଂ ମହାନ୍ତଙ୍କ ନେତୃତ୍ବରେ ସ୍ଥାନୀୟ କୁଡୁମି ଭବନ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲା ।ସମସ୍ତେ ମୁଣ୍ଡରେ କଳା ରିବନ ଫିତା ମାରି ପ୍ରତିବାଦ ଜଣାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବି ପ୍ରତି ଅଣଦେଖା କରିଥିବାରୁ ସରକାରଙ୍କୁ ପୁନଃ ବିଚାର ପାଇଁ ଅନୁରୋଧ କରିଥିଲେ ।ଯାହାକୁ ନେଇ କୁଡୁମି ସମାଜ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ତେଣୁ ସରକାର ଆଗାମୀ ଦିନରେ ଯଦି କୁଡୁମି ସମାଜର ଏକମାତ୍ର ଦାବିକୁ ଗ୍ରହଣ ନ କରନ୍ତି ତାହାହେଲେ ଆଗାମୀ ଦିନରେ କୁଡୁମି ସମାଜ ରାଜରାସ୍ତାକୁ ଓହ୍ବାଇବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦାୟୀ ରହିବେ ବୋଲି ପ୍ରତିବାଦ ସଭାରେ ନେତୃବୃନ୍ଦ କହିଥିଲେ ।

 ତଦସହ ନିକଟରେ ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ସାଲଖାନ ମୁର୍ମୁ କୁଡୁମି ସଂପ୍ରଦାୟକୁ ଏସଟି ମାନ୍ୟତା ଦିଆ ନ ଯାଉ ଏବଂ ସରକାର ଦେଇଥିବା କୁଡୁମି ଜାତିର‌ ଷ୍ଟାଟିଷ୍ଟିକାଲ ସର୍ଭେକୁ ରଦ୍ଦ କରାଯାଉ ବୋଲି କହିଛନ୍ତି ।ସଵୁ ତହସିଲରେ ତାଙ୍କ ଦଳ ପକ୍ଷରୁ କୁଡୁମି ସର୍ଭେ ରିପୋର୍ଟକୁ ପ୍ରତ୍ୟାହାର ପାଇଁ ଲିଖିତ ଦାବି ପ୍ରଦାନ କରାଯାଉଛି ତାହାକୁ କଡ଼ା ବିରୋଧ କରାଯାଇଛି ।ସାଲଖାନ ମୁର୍ମୁଙ୍କ ବିବୃତିକୁ ତିବ୍ର ନିନ୍ଦା କରାଯାଇଛି ।ସାଲଖାନ ମୁର୍ମୁ ଯଦି ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର ନ କରନ୍ତି ତାହାହେଲେ ଆଗାମୀଦିନରେ ତାଙ୍କୁ ଘୋର ବିରୋଧ କରାଯିବା ସହ ମୟୂରଭଞ୍ଜରେ ତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ନେତୃବୃନ୍ଦ କହିଥିଲେ।ସେମାନେ କହି ଛନ୍ତି ଆମର ଶେଷ ନିଷ୍ପତ୍ତି ନୋ ଏସଟି ନୋ ଭୋଟ । ତଦସହ ରାଜ୍ୟ ସରକାର କେବଳ ମୟୂରଭଞ୍ଜ ଜିଲ୍ଲାର କୁଡୁମି ସର୍ଭେ ରିପୋର୍ଟ ପାଇଁ ଅନୁମତି ଦେଇଛନ୍ତି ସ୍ବାଗତଯୋଗ୍ୟ ପଦକ୍ଷେପ ।ତଦସହ ଅନ୍ୟ ୮ ଟି କୁଡୁମି ବସତି ଜିଲ୍ଲାରେ ମଧ୍ୟ ଷ୍ଟାଷ୍ଟିଟିକାଲ ସର୍ଭେ ରିପୋର୍ଟ ପାଇଁ ସରକାର ଅନୁମତି ଦେବାପାଇଁ ଅନୁରୋଧ କରିଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ ତରଣୀ ସେନ ମହାନ୍ତ ,ନିର୍ମଳ ମହାନ୍ତ,ଫୁଣ୍ଟୁଷ ମହାନ୍ତ,ଭବାନୀ ଶଙ୍କର ମହାନ୍ତ, ପୂର୍ଣ୍ଣିମା ମହାନ୍ତ,ବାବୁରାମ ମହାନ୍ତ,ମନ ମୋହନ ମହାନ୍ତ,ପ୍ରତିଭା ମହାନ୍ତ ,ପରେଶ୍ ମହାନ୍ତି, ଲାଲମୋହନ ମହାନ୍ତ,ରୁଦ୍ର ପ୍ରସାଦ ମହାନ୍ତ, ଅରୁନ୍ଧତୀ ମହାନ୍ତ,ଗଣେଶ ମହାନ୍ତ,ଜଳଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।ପରେ ରାଇରଙ୍ଗପୁର ତହସିଲଦାର ଶ୍ରୀ ଚିତ୍ତରଞ୍ଜନ ମହାନ୍ତଙ୍କୁ ଏକ ଲିଖିତ ଦାବିପତ୍ର କୁଡୁମି ସେନା ପକ୍ଷରୁ ପ୍ରଦାନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ଙ୍କ ରିପୋର୍ଟ 

Related posts

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

masiha

ସହରବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ , କଟକ ରେଳଷ୍ଟେସନକୁ ଓଏମପି-ଶିଖରପୁର ହେବ ମୁଖ୍ୟ ପ୍ରବେଶ ଦ୍ବାର

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

Sunil Chandra Nayak

Leave a Comment

error: Content is protected !!