ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଣେ ଶିକ୍ଷକ ସବୁଠୁ ବଡ କଳାକାର

ଜଣେ ଶିକ୍ଷକ ସବୁଠୁ ବଡ କଳାକାର

ବାଲେଶ୍ଵର,୦୬/୯/୨୩- ବାଲେଶ୍ଵର ଜିଲ୍ଲା ସନ୍ତରାଗଡିଆ ଠାରେ ଥିବା ଯୁକ୍ତ ଦୁଇ କଳା ଟୁଇଟୋରିଆଲରେ ପବିତ୍ର ଗୁରୁଦିବସ ଉତ୍ସବ ମହାଆଡମ୍ବ ସହକାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ୧୪୬ ଜଣ ଛାତ୍ରଛାତ୍ରୀ ଏବଂ ଉକ୍ତ ଟୁଇଟୋରିଆଲର ଶିକ୍ଷକ/ଶିକ୍ଷିକାଙ୍କ ଉପସ୍ଥିତିରେ ସଭାପତି ରମାକାନ୍ତ ପରିଡାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ହୋଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ବନ୍ଦନା କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଟୁଇଟୋରିଆଲର ଛାତ୍ରଛାତ୍ରୀ ମାନେ ପ୍ରଥମେ ଅଭିଭାଷଣ ଦେଇଥିଲେ । ତାପରେ ଟୁଇଟୋରିଆଲର ଶିକ୍ଷକ ଶିକ୍ଷିକା – ଜନାର୍ଦ୍ଦନ ପରିଡା, ରତିକାନ୍ତ ରାଉତ, କବିତା ଖୁଣ୍ଟିଆ, ପାଳତୀ ବାରିକ ଗୁରୁଦିବସର ତାପର୍ଯ୍ୟ ଏବଂ ପିଲାମାନେ କିପରି ଭବିଷ୍ୟତରେ ଜଣେ ଜଣେ ଭଲ ନାଗରିକ ହେବେ ସେ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଜଣେ ଶିକ୍ଷକ ହେଉଛନ୍ତି ସବୁଠୁ ବଡ କଳାକାର କାରଣ ଜଣେ ଶିକ୍ଷକ ଯେଉଁ ପ୍ରସଙ୍ଗରେ ପିଲାମାନଙ୍କୁ ପଢ଼ାନ୍ତି ତାଙ୍କୁ ସେତେବେଳେ ସେହି ଭୂମିକାରେ ଅଭିନୟ କରିବାକୁ ପଡିଥାଏ ” ଏହି ବିଷୟରେ ସଭାପତି ତଥା ଟୁଇଟୋରିଆଲର ସ୍ୱତ୍ତ୍ବାଧିକାରୀ ରମାକାନ୍ତ ପରିଡା ପିଲାମାନଙ୍କୁ ଅବଗତ କରାଇଥିଲେ । ସର୍ବ ଶେଷରେ ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ଓ ଉତ୍ସାହ ନିମନ୍ତେ AHS EXAMS-2023 ରେ ଟୁଇଟୋରିଆଲ ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ନମ୍ବର ରଖିଥିବା ଛାତ୍ରୀ ଜ୍ୟୋସ୍ନାରାଣୀ ବାରିକ (516)ଅଳକା ମହାଳିକ (471)ପରିମିତା ସେନାପତି (469)ଙ୍କୁ ଯଥାକ୍ରମେ :5,000, 3,000 ଓ 2,000, ଟଙ୍କା ଲେଖାଏଁ ରାଶିପ୍ରଦାନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୋତୋମୁଣ୍ଡା,କୋକସରା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ ପାଳନ

ସ୍ଵଚ୍ଛତା ହିଁ ସେବା- ୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ “ ଏକ୍ ଦିନ୍ ଏକ୍ ଘଣ୍ଟା ଏକ୍ ସାଥ ” ସଫେଇ ନିମନ୍ତେ ଶ୍ରମଦାନ

Sunil Chandra Nayak

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

masiha

Leave a Comment

error: Content is protected !!