ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା: ଗାଡି ପାର୍କିଂ ପାଇ ସ୍ବତନ୍ତ୍ର ସ୍ଥାନ ଅଭାବ , ଗ୍ରାହକ, ପଥଚାରୀ ତଥା ସାଧାରଣ ଲୋକେ ଅଡୁଆରେ

ବହଳଦା: ଗାଡି ପାର୍କିଂ ପାଇ ସ୍ବତନ୍ତ୍ର ସ୍ଥାନ ଅଭାବ ,

ଗ୍ରାହକ, ପଥଚାରୀ ତଥା ସାଧାରଣ ଲୋକେ ଅଡୁଆରେ

  ମୟୂରଭଞ୍ଜ – ୨୩/୧୨ ( ମସିହା )ରାଇରଙ୍ଗପୁର ଭାୟା ବହଳଦା ଦେଇ ପଡୋଶୀ ଝାଡଖଣ୍ଡ ରାଜ୍ୟର ଟାଟା-ଜାମସେଦପୁରକୁ ସଂଯୋଗ କରୁଥିବା ମୁଖ୍ୟ ସଡକପଥର ବହଳଦା ବଜାର ଧର୍ମଶାଳା ନିକଟବର୍ତ୍ତୀ ସାପ୍ତାହିକ ହାଟ ପଡିଆ ସଂଲଗ୍ନ ନେଶା ନଦୀ ପୋଲ ରାସ୍ତାରୁ ସ୍ଥାନୀୟ ବାବାଜୀ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିବା ପୂତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ବରେ ରବିବାର ହାଟପାଳି ଦିନ ଅତନ୍ତ ଭିଡ ଲାଗି ରହୁଥିବାର ଦେଖିବାକୁ ମିଳୁଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ଯାନବାହାନ ଦୀର୍ଘ ସମୟ ଧରି ପାର୍କିଂ କରି ରଖାଯାଉଥିବାରୁ ରାସ୍ତା ସଂଙ୍କୁଚିତ ହେଉଛି। ଲୋକଙ୍କ ଅଭିଯୋଗ ଅନୁସାରେ ରବିବାର ସାପ୍ତାହିକ ହାଟପାଳି ଦିନ ଅନେକ ଜନ ଗହଳି ସାଙ୍ଗକୁ ଗାଡି ମଟର, ବାଇକ, ସାଇକେଲ ଆଦି ରାସ୍ତା ଉଭୟ ପାର୍ଶ୍ବରେ ଏବଂ ଦୋକାନୀ ବ୍ୟବସାୟୀଙ୍କ ଦୋକାନ ଗୃହ ସାମ୍ନାରେ ଦୀର୍ଘ ସମୟ ଧରି ବାଇକ ସାଇକେଲ ଆଦି ପାର୍କିଂ ରହୁଥିବାରୁ ସାଧାରଣ ଜନତା, ପଥଚାରୀ ଚାଲିଚାଲି ରାସ୍ତା ପାରି ହେବାରେ ଅସୁବିଧା ବା ହଇରାଣର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ଦୋକାନୀ ବ୍ୟବସାୟୀଙ୍କ ଦୋକାନ ସମ୍ମୁଖରେ ବାଇକ ଏବଂ ସାଇକେଲ ରଖିବା ନେଇ ବଚସା ହେବାର ଶୁଣିବାକୁ ମିଳିଥାଏ। ଅପର ପକ୍ଷରେ ଏପରି ସ୍ଥିତିରେ ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁଁ ବେଳେ ବେଳେ ଦୁର୍ଘଗଣା ଘଟିବାର ମଧ୍ୟ କାରଣ ହୋଇଥାଏ। ଏଦିଗରେ ସ୍ଥାନୀୟ ପୁଲିସ ପ୍ରଶାସନ ଦୃଷ୍ଟି ଦେବା ସହ ହସ୍ତକ୍ଷେପ ବା ପଦକ୍ଷେପ କରାଯିବା ନେଇ ସାଧାରଣ ଦାବି ହୋଇ ଆସୁଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବସ୍-ବାଇକ୍ ମୁହାଁମୁହିଁ ଧକ୍କା:ଚାଳକ ମୃତ

ଆମ ୪୨ ମୌଜ଼ା ତରଫରୁ ବଂଧୁମିଳନ

Sunil Chandra Nayak

ଏସଟିଏସସି ଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

masiha

Leave a Comment

error: Content is protected !!