ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବଜାତ ଶିଶୁପୁତ୍ର ଅଲୋଡା ! ଶିଶୁର ମୃତଦେହକୁ ଝୁଣୁଥିବା କୁକୁର ମୁହଁରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର 

ମୟୂରଭଞ୍ଜ- ୨୧/୫ (ମସିହା) ସମାଜରୁ ଦିନକୁ ଦିନ ମାନବିକତା ହଜିବାକୁ ଯାଉଛି । ସନ୍ତାନ ପାଇଁ ସୋମବାର ଦିନ ଶିବ ମନ୍ଦିରରେ ଶିବଲିଙ୍ଗ ଉପରେ ଲୋକେ ୧୦୦ ବେଲପତ୍ର ଚଡ଼ାଇବା,ଦୁଧ ଢାଳିବା,ଦୁଦୁରା ଫୁଲ ଚଢାଇବା,ଶିବ ରାତ୍ରିରେ ଏକବାର ବ୍ରତ ପାଳିବା,ଶ୍ରାବଣ ମାସରେ ସୁଦୂର ନଦୀରୁ ଜଳ ଆଣି ଶୈବପୀଠରେ ଜଳ ଲାଗି କରିବା ଭଳି ମାନସିକ ମାନେ ବ୍ରତ ରଖିଥାନ୍ତି । ହେଲେ ପଶୁ ପ୍ରକୃତିର ଲୋକଙ୍କ ପାଖରେ ସବୁ କିଛି ଫୁ । ଶିଶୁ ହତ୍ୟା ଏକ ଜଘନ୍ୟ ଅପରାଧ । ଯେଉଁମାନେ ଶିଶୁ ହତ୍ୟାରେ ଲିପ୍ତ ସେମାନଙ୍କ ସ୍ଵର୍ଗରେ କି ନରକରେ ସ୍ଥାନ ମିଳି ନ ଥାଏ ବୋଲି ଭଗବତ୍ ବିଶ୍ବାସ ଅଛି । ଆଇନ ଯେତେ କଠୋର ହେଲେ ମଧ୍ୟ କାମାନ୍ଧ ପୁରୁଷ ଓ ନାରି କାମନା ପୁର୍ଣାର୍ଥ ପାଇଁ ସବୁକିଛି ନିୟମ କାନୁନକୁ ଫୁ କରି ଦେଇଛନ୍ତି ।ଅଲୋଡା ହେଉଛି ଶିଶୁ । ନିଜର ଅବୈଧ ସନ୍ତାନକୁ ସମାଜ ଜାଣିବା ଆଗରୁ ପରିତ୍ୟକ୍ତ ସ୍ଥାନରେ ଫୋପାଡି ଦେଉଛନ୍ତି । ସୂଚନାଯୋଗ୍ୟ ରବିବାର ସକାଳ ୬.୩୦ ସମୟରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମର ଗିରିଶ କବାଡ ଦୋକାନ ପଛପଟେ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁର ମୃତଦେହକୁ ୩ ଟା କୁକୁର ଝୁଣିଝାଣିବା ସହ ଟାଣି ଟାଣି ନେଉଥିବା ଦେଖି ଗ୍ରାମବାସୀ ରାଇରଙ୍ଗପୁର ଟାଉନ ଥାନାକୁ ଖବର‌ଦେଇଥିଲେ । କୁକୁର ୩ଟି ଝୁଣିଝୁଣି ଖାଉଥିବା ଲୋମଟାଙ୍କୁରା ଦୃଶ୍ୟ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲା ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ କରୁଛି ।ସ୍ଥାନଟି ଲୋକାରଣ୍ୟ ହୋଇ ପଡ଼ିଥିଲା । ଏହି ନିଷ୍ପାପ ଶିଶୁ ଦୁନିଆଁ ଦେଖିବା ଆଗରୁ ଆଖି ବୁଜିଦେଲା ।କିଏ ସେ ମହାପାପୀ । କେଉଁଠି ତା’ର ଘର! ତାର ମାତା ପିତା କିଏ? ଛୁଆଟି ବୈଧ ନାଁ ଅବୈଧ ସନ୍ତାନ ! କାହିଁକି ଛୁଆଟିକୁ ରଖିଲା ନାହିଁ ।ଘର ପାଖରୁ ମାରିକି ଆଣି ଏଠାରେ ପକାଇ ନାହାନ୍ତି ତ? ସବୁକିଛି ଚାଲିଛି ଚର୍ଚ୍ଚା । ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଇଚିଣ୍ଡା ଗ୍ରାମବାସୀ ଦାବି କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜମିହୁଡ଼ାରୁ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

masiha

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

masiha

ଗୁଣୁପୁର ବନବିଭାଗ କୁ ବଡ଼ ସଫଳତା, ଗାଡ଼ି ସହ ମୂଲ୍ୟବାନ କାଠ ଜବତ

masiha

Leave a Comment

error: Content is protected !!