ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ର ସାଧାରଣ ସଭା ରେ ରାଜ୍ୟସଭା ସାଂସଦ ଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର ତା 21.05 // ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି. ରେଲୱେ ସମସ୍ୟା ସମ୍ବନ୍ଧିତ ସଂଘ ର ସାମୁହିକ ସ୍ୱାର୍ଥ ସୁରକ୍ଷା ସମ୍ବଳିତ ଦାବୀ ଗୁଡିକ ଉପରେ ସାଂସଦ ଶ୍ରୀ ବିଶି ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛନ୍ତି। ଖୋର୍ଦ୍ଧା ବଲାଙ୍ଗିର ନୂତନ ରେଳ ଲାଇନ ନିର୍ମାଣ, ବଲାଙ୍ଗିର ରୁ ଦିଲ୍ଲୀ ପ୍ରୟାଗରାଜ କୁ ଟ୍ରେନ ଚଳାଚଳ, ବଲାଙ୍ଗିର ରୁ ନୂଆପଡା ଭାୟା ଚୂଡ଼ାପାଲି ପାଟଣାଗଡ ଖପ୍ରାଖୋଲ ନୁଆଁ ଟ୍ରେନ ଲାଇନ ନିର୍ମାଣ,ବଲାଙ୍ଗିର ରେଲୱେ ଷ୍ଟେସନ ର ଆଧୁନିକ କରଣ ସହିତ କ୍ଲାସ ଏ ଷ୍ଟେସନ ବ୍ୟବସ୍ଥା,ବୟସ୍କ, ରୋଗୀ, ଶାରୀରିକ ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟ, ବ୍ୟାଟେରୀ ଚlଳିତ ଗାଡି ବ୍ୟବସ୍ଥା, କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ହସ୍ପିଟାଲ,ୱାଗନ ଫେକ୍ଟ୍ରି, ଲୋକୋସେଡ ନିର୍ମାଣ, ଟିଟିଲାଗଡ଼ ରେଲୱେ ଷ୍ଟେସନ ର ଆଧୁନିକ କରଣ, ନୂଆପଡା ଜୟପୁର ଭାୟା ଧର୍ମଗଡ଼ କୋକସରା ନୁଆଁ ରେଲୱେ ଲାଇନ, ବଲାଙ୍ଗିର ରୁ ଭୁବନେଶ୍ୱର କୁ ସକାଳୁଆ ଟ୍ରେନ ଚଳାଚଳ ପାଇଁ ସାଂସଦ ଶ୍ରୀ ବିଶି କେନ୍ଦ୍ର ରେଲୱେ ବିଭାଗ, ରେଲୱେ ମନ୍ତ୍ରୀ ଙ୍କ ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେଉଥିବାରୁ ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ସହିତ ସଂଘ ର ସଭାପତି ରେଲୱେ ସମସ୍ୟା ସମ୍ବନ୍ଧରେ ଏକ ସ୍ମାରକପତ୍ର ସାଂସଦ ଶ୍ରୀ ବିଶି ଙ୍କୁ ପ୍ରଦାନ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍‌ଏସ୍‌ଏମ୍‌ଇ : ନୂଆପଡ଼ାରେ ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ 

Sunil Chandra Nayak

ଏକାଉଣ୍ଟ ପରୀକ୍ଷାରେ ସଂଶୋଧନ ଦାବି କଲେ ଲାଞ୍ଜିଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

Sunil Chandra Nayak

ଓଡିଶା ମୋଟର ଚାଳକ ସଂଘ ର କଲ୍ୟାଣ ପାଣ୍ଠି ସହାୟତା ପ୍ରଦାନ

masiha

Leave a Comment

error: Content is protected !!