ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି

ବିଷମ କଟକ /ରାୟଗଡ:- ତା, 22/05/2023 //ଆଜି ଵିଷମ କଟକ ବ୍ଲକ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ମୋଟ 14ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର 14ଟି ଅଭିଯୋଗ ମଧ୍ୟରୁ 8ଟି ବ୍ୟକ୍ତିଗତ ଓ 6ଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା ।

  ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଜିଲ୍ଲା ଉପ ଚିକିତ୍ସା ଅଧିକାରୀ ଡାକ୍ତର ବି ଏଲ୍ ଏନ୍ ପୃଷ୍ଟି, ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଶାନ୍ତିପ୍ରଭା ବେହେରା ପ୍ରମୁଖ ଅଭିଯୋଗ ଗୁଡିକ ଶୁଣାଣି କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀରେ,ଵିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥି, ଜିଲ୍ଲା ଶିକ୍ଷା ଉପ ଅଧିକାରୀ ଶ୍ରୀ ଭାଜନ ଲାଲ ମା ଝି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଗମାଙ୍ଗ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନି ବେହେରା,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କୋଇଡା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!