ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

ମୟୂରଭଞ୍ଜ-୨୩/୫ (ମସିହା) ରାଇରଙ୍ଗପୁର ଟିପିଏନୋଡିଏଲ ଡିଭିଜନ କାର୍ଯ୍ୟାଳୟର ନୂତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଇଂ ପାର୍ଥ ସାରଥି ଦାସ ଆଜି ଯୋଗଦାନ କରିଛନ୍ତି ।ନୂତନ ବିଭାଗୀୟ ଅଧିକାରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ବାର ଏମ୍ଲୟଜର କର୍ମକର୍ତ୍ତା, ଡିଭିଜନର ସମସ୍ତ କର୍ମଚାରୀ ବୃନ୍ଦ ଡିଭିଜନ କାର୍ଯ୍ୟାଳୟ ପରିସରରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ଏଷ୍ଟିମେଟର ଆଶୁତୋଷ ପଣ୍ଡା,ଡିଏମସି ଚିତ୍ତରଞ୍ଜନ ମହାପାତ୍ର, ପାଓ୍ବାର ଏମ୍ଲୟଜ ୟୂନିଅନର ସର୍କଲ ସଂପାଦକ ଅଶ୍ବିନୀ ପଣ୍ଡା,,ସଂପାଦକ ରାମ ଦୁଲାଲ ରାୟ,ସହ ସଂପାଦକ ଦୀପକ ମହାନ୍ତ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାନ୍ତି, ସଙ୍ଘର ସଦସ୍ୟ ଅମୀୟ ସ୍ବାଇଁ,ଵୀରସିଂ ମାର୍ଣ୍ଡୀ,ଶିବ ମୁଣ୍ଡା, ଗୋପିନାଥ ଗିରି, ମହେନ୍ଦ୍ର ମହାନ୍ତ,ଉଦୟଭାନୁ ବେହେରା, ଜୟନାରାୟଣ ପରିଡ଼ା, ରାଜେନ୍ଦ୍ର ସାମଲ,ରଂଜନ ସେଠୀଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।ସଂଘର ନେତୃବୃନ୍ଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ପରିଚୟ ସହ ହେବାସହ ବିଭିନ୍ନ ସମସ୍ୟା ଉପରେ ସକାରାତ୍ମକ ଆଲୋଚନା କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ସବୁବେଳେ ଶତ ପ୍ରତିଶତ ସହଯୋଗ କରିବେ ବୋଲି କହିଥିଲେ ।ସେ କହିଥିଲେ ମିଳିତ ଟିମ୍ ଓ୍ବାର୍କ ଦ୍ବାରା ଆମେ ସମସ୍ତେ ସଫଳତାର ଶୀର୍ଷରେ ପହଞ୍ଚିବା ।ସୁପରିଚାଳନା ପାଇଁ ମିଳିତ ପ୍ରୟାସ ଆବଶ୍ୟକ ।ସେ କହିଥିଲେ ବିଦ୍ୟୁତ ଉପଭୋକ୍ତା ଯେଭଳି ହଇରାଣ ହରକତ ନ ହୁଅନ୍ତି,କାର୍ଯ୍ୟରତ ବିଦ୍ୟୁତ ଶ୍ରମିକଙ୍କ ସୁରକ୍ଷାକୁ ସର୍ବାଗ୍ରେ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ ।ଶେଷରେ ବାମନଘାଟୀ ଉପଖଣ୍ଡବାସୀଙ୍କ ସହଯୋଗ କାମନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

କେନ୍ଦୁପଦର କଲେଜ ରେ ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!