ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ଦ୍ୱାରା ରାଜପୁର ସ୍କୁଲର ସରକାରୀ ଜାଗା ଉଚ୍ଛେଦ

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମର ସରୋଜ ପୁରୋହିତ ଙ୍କ ପୁଅ ସୁମୟ ପୁରୋହିତ ଦୀର୍ଘ ବର୍ଷ ହେଲା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ସ୍କୁଲ ପରିସର ଜାଗାକୁ ନିଜ ଅକ୍ତିଆରରେ ଜବର ଦଖଲ କରିଥିଲେ ।ପ୍ରକାଶ ଥାଉକି ୫ ଟି ମାଧ୍ୟମରେ ସ୍କୁଲର ଉର୍ଣ୍ଣିତି କରଣ ଚାଲୁଥିବା ବେଳେ ଜାଗାର ଅଭାବ ଦେଖା ଯାଇଥିଲା ।ଏପରିକି ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ଶ୍ରେଣୀ ଗୃହର ଅଭାବ ଦେଖାଦେଇଥିବାରୁ ଗ୍ରାମର ସୁମୟ ପୁରୋହିତ ସ୍କୁଲ ଜାଗା ଜବର ଦଖଲ କରିଥିବା ସ୍ଛଲ କର୍ତ୍ତୃପକ୍ଷ ଏବଂ ସ୍ଛଲ ଶିକ୍ଷା କମିଟି ଏବଂ ଗ୍ରାମବାସୀମାନେ ଜାଣିଥିଲେ ।ପରେ ଜବର ଦଖଲ କାରୀଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ସୁଫଳ ମିଳି ନ ଥିଲା ।ଫଳରେ ସ୍ଛଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ । ଗ୍ରାମବାସୀ ତଥ ସ୍କୁଲ କର୍ତ୍ତୃପକ୍ଷ ଙ୍କ କହିବାନୁଯାୟୀ ପ୍ରଶାସନ ଅନେକ ଥର ଜବର ଦଖଲ କାରୀଙ୍କୁ ବୁଝାଇଥିଲେ ମଧ୍ୟ ତାଙ୍କ କଥାକୁ ଖାତିର କଲେ ନାହିଁ । ପ୍ରଶାସନ ତରଫରୁ ଜାଗା ଖାଲି କରିବା ପାଇଁ ପ୍ରଥମେ ମାସେ ସମୟ ଦିଆ ଯାଇଥିଲା ।ତାହା ମଧ୍ୟ କିଛି କାମ ଦେଲାନାହିଁ ।ପୁଣିଥରେ ୭ ଦିନ ସମୟ ଦିଆ ଯାଇଥିଲା ।ପରେ ହାଇ କୋର୍ଟ ଙ୍କ ନିର୍ଦେଶ କ୍ରମେ ଆଜି ଧର୍ମଗଡ଼ ଉପ ଜିଲ୍ଲାପାଳ ,ତହସିଲଦାର ଜୁନାଗଡ଼ ,ତହସିଲଦାର ଧର୍ମଗଡ଼ ,ବି ଡି ଓ ଜୁନାଗଡ଼ ,ଜୁନାଗଡ଼ ଓ ଚିଲିଗୁଡା ପୋଲିସର ଉପସ୍ଥିତିରେ ବେତାର ମାଧ୍ୟମରେ ଜାଗା ଖାଲି କରିବା ପାଇଁ ନିର୍ଦେଶ ଦେଇଥିଲେ ।ପରେ ଜେସିବି ମାଧ୍ୟମରେ ଅକ୍ତିଆର କରିଥିବା ଜାଗାକୁ ଭାଙ୍ଗି ଥିଲେ ।ଏହି ସମୟରେ ସ୍କୁଲ କର୍ତ୍ତୃପକ୍ଷ ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ

masiha

ପୋଡାଗଡକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବୀ 

masiha

Leave a Comment

error: Content is protected !!