ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶୀତଳ ଷଷ୍ଠୀ ଉମା ଚତୁର୍ଥୀ ପାଳିତ

ଜୟପାଟଣା:୨୩:୦୫(ଅନୁପମ ମିଡ଼ିଆ) ଆଜି ଜୈଷ୍ଠ ମାସ ଶୁକ୍ଳ ଚତୁର୍ଥୀ ତିଥିରେ ଉମା ଚତୁର୍ଥୀ ଉତ୍ସବ ସହିତ ଶିବ ପାର୍ବତୀଙ୍କ ବିବାହ ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ ।

କିଛି ଭକ୍ତ ମା ପାର୍ବତୀଙ୍କ ମା,ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶିବଙ୍କର ମା,ବାପା ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରିଇଥାନ୍ତି ।ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶିବଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍ଧାମ୍ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୟପାଟଣାର ମୌଳେଶ୍ୱର ମହାଦେବଙ୍କର ବିବାହ ଉତ୍ସବ ମହା ଆଡମ୍ବରରେ ପାଳିତ ହେଉଛି । ଏହି ଅବସରରେ ଚଳିତବର୍ଷର ବର ପିତା ରାଜେଶ କୁମାର ଅଗ୍ରୱାଲଙ୍କର ବାସଭବନରେ ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ କନ୍ୟା ପିତା ମୋତିଲାଲ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଗୀତାଭବନକୁ ବାରାତ ଆସିଥିଲା ।ଆସନ୍ତା କାଲି ବିବାହ ଉତ୍ସବ ସମ୍ପର୍ଣ୍ଣ ହେବ ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ମୁନିଗୁଡାରେ 37ତମ ମହାଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ,ସଭାପତିରୁ ପୂର୍ଣ୍ଣ ଅବସର ଅଜୀତିକୁ ସମର୍ପଣ

masiha

ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳ ପୂଜା 

masiha

ଦଣ୍ଡକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!