ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

ଗୋଲାମୁଣ୍ଡା/ମସିହା/୧୧/୩/କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚାରିଛକ ସ୍ଥିତ ଡ଼ ବାବାସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ତରଫରୁ ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ 125 ତମ ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି . ସର୍ବ ପ୍ରଥମେ ଦ୍ବୀପ ପ୍ରଜ୍ବଳନ ସହ ଡ଼.ବାବାସାହେବ ଆମ୍ବେଦକର ଙ୍କ ଏବଂ ଫୁଲେ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ତ୍ରିଶରଣ ଗାନ ପୂର୍ବକ କାର୍ଯ୍ୟକ୍ରମ କରାଯାଇଥିଲା. କାର୍ଯ୍ୟକ୍ରମ ରେ ଧର୍ମଗଡ ଏନଏସି ସଭାପତି ଭରତ ବନ୍ଧୁ ସୁନାନୀ ଙ୍କ ସଭାପତିତ୍ବ ରେ ଚକ୍ରଧର ପ୍ରଧାନ, ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ଜିଲ୍ଲା ଛାତ୍ର ସଂଯୋଜକ ଢଗଢ଼ମାଳି ନାଏକ, ଉପେନ୍ଦ୍ର ଜାଲ, ଚିତ୍ତରଞ୍ଜନ କୁମ୍ଭୀର,ଅଚ୍ୟୁତ ହରପାଳ, କମଳାକାନ୍ତ ବିହାରୀ,ରାଜେନ୍ଦ୍ର ତନ୍ତୀ, ଅଶେଶ୍ୱର ଦୁର୍ଗା, ବିକାଶ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ.

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ଗୋଲାମୁଣ୍ଡା ପ୍ରତିନିଧି  ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା,

Related posts

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି ଆଉ ଅନୁଭୂତିର ..ଶେଷ ରଜ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!