ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖାତିଗୁଡା ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି 23/05/23 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗୋପାଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ ପୂର୍ବତନ ସମ୍ପାଦକ ଗଗନଚାନ୍ଦ ପଟନାୟକ ଏବଂ ତାଙ୍କ ଧର୍ମ ପତ୍ନୀ କଲ୍ୟାଣି ଦାସ ଉପସ୍ଥିତି ଓ ସହଯୋଗରେ ପାଳନ କରାଯାଇଛି ।ଗତ ୧୯ ତାରିଖଦିନ ଏହାକୁ ନେଇ ପ୍ରସ୍ତୁତିବୈଠକ କରାଯାଇଥିଲା ।ଏହି ବୈଠକରେ ଦାୟିତ୍ୱ ଦିଆଯିବା ସହ ବାର୍ଷିକ ଉତ୍ସବ ରେ ଅନେକ କାର୍ଯ୍ୟ କୁ ନେଇ ଆଲୋଚନା କରାଯାଇଥିଲା । ଶ୍ରୀ ଶ୍ରୀ ଗୋପାଳଶ୍ରୀକ୍ଷେତ୍ର ମନ୍ଦିର ସଭାପତି ଗୋପାଳ କୃଷ୍ଣ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିଲା । ୨୨ ତାରିଖ ସୋମବାର ଦିନ ସକାଳ ୮:୨୪ ସମୟରେ କର୍ମ ଆରମ୍ଭ ହୋଇଥିଲା ଓ ଅପରାହ୍ନ ରେ ଅଙ୍କୁର ରୋପଣ ହୋଇଥିଲା ।୨୩ ତାରିଖ ସକାଳ ୯:୦୦ ଘଣ୍ଟା ସମୟରେ ଚାରି ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିବାବେଳେ ଦେବତା ମାନଙ୍କ ଆବାହନ ଓ ହୋମାଦି କର୍ମ ସକାଳ ୯:୩୦ ସମୟରେ ଆରମ୍ଭ ହୋଇଥିଲା । ଆଜିର ଉତ୍ସବ ରେ ଗଗନଚାନ୍ଦ ପଟନାୟକ ଓ ତାଙ୍କ ଧର୍ମ ପତ୍ନୀ ହୋମରେ ବସିଥିଲେ ।ଆଜିର ବାର୍ଷିକ ଉତ୍ସବ ରେ କୃଷ୍ଣଚନ୍ଦ୍ର କରଶର୍ମା ଙ୍କ ମନ୍ତ୍ର ଉଚାରଣ ରେ ରୀତିନୀତି ଅନୁସାରେ ମହା ଆଡମ୍ବରରେ ହୋଇଥିବା ବେଳେ ହଜାର ହଜାର ଭକ୍ତ ମନ୍ଦିର ପରିସରରେ ପ୍ରସାଦ ସେବନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୋପାଳଶ୍ରୀକ୍ଷେତ୍ର ମନ୍ଦିର କମିଟିର ସଭାପତି ଗୋପାଳକୃଷ୍ଣୋ ଭଞ୍ଜଙ୍କ ସମେତ, ଚନ୍ଦ୍ର ଶେଖର ଦଳେଇ, ମନୋଜ କୁମାର ଦାସ, ଦୁଖୁ ଗୌଡ଼,ଚନ୍ଦନ ନାୟକ,ପ୍ରଦୀପ ସାହା,ବାବିନା ପଟନାୟକ, ନିଲୁ ପଣ୍ଡା,କାବୁଲି ପଟନାୟକ,ସୁର ରାଉତ, ଜୟ ଦଳେଇ,ତାରିଣୀ ମନ୍ଦିର କମିଟି,ବୋଲବମ ମହାସଂଘ,ଖାତିଗୁଡା ର କିଛି ଯୁବକ ସ୍ୱତଃ ପ୍ରବୃତ୍ତ ଭାବେ ସାହାଯ୍ୟ ସହଯୋଗ କରିଥିଲେ । ସନ୍ଧ୍ୟା ସମୟରେ ହୋମ, ପ୍ରାସନ,ମାର୍ଜନ କର୍ମ ସମାପନକରି ଦେବତାଙ୍କ ଆଳତି,ପୁଷ୍ପାଞ୍ଜଳି ଓ ବିସର୍ଜନ କରାଯାଇଥିଲା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗୋତୋମୁଣ୍ଡାରେ ନିଆରା ରଥଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

Sunil Chandra Nayak

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

Sunil Chandra Nayak

ଦୋଳପୂର୍ଣ୍ଣିମାରେ ଗୋପାଳ ସାମ୍ପ୍ରଦାୟର ଗୋଠ ପୂଜା 

Sunil Chandra Nayak

Leave a Comment

error: Content is protected !!