ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର, ଅନୁପସ୍ଥିତ ଅନେକ ବିଭାଗର ଅଧିକାରୀ

କୋକସରା,୨୩/୫- ପ୍ରତି ପଞ୍ଚାୟତରେ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ନେଇ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଆର ମୁହଁରେ ସେବା ଯୋଗାଇ ଦେବାକୁ ଜନ ଶୁଣାଣି ଶିବିର କରିବା ପାଇଁ ପ୍ରତି ବ୍ଲକର ପଞ୍ଚାୟତରେ ଜନ ଶୁଣାଣି ଶିବିର ଆୟୋଜନ କରାଯାଇଛି। ସୋମବାର କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣୀ କାର୍ଯ୍ୟକ୍ରମକୁ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗଙ୍କ ସଭାପତିତ୍ୱରେ ବିଡ଼ିଓଙ୍କ ଅନୁପସ୍ଥିତ କାରଣରୁ କୋକସରା ଜିପିଓ ନାରାୟଣ ଭୋଇ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ସିଏଚଓ ଚିନ୍ମୟୀ ମହନ୍ତ, ଆଶା ଅଙ୍ଗନବାଡି କର୍ମି ମାନେ ଉପସ୍ଥିତ ରହିଥିବା ବେଳେ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏଣୁ ଜନ ଶୁଣାଣି ଶିବିର ପ୍ରହସନ ପାଳଟିଥିବା ନେଇ ଅଭିଯୋଗ ହୋଇଛି। ଯେଉଁ ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ଜନ ଶୁଣାଣି ଶିବିର ଆୟୋଜନ କରୁଛନ୍ତି ତାହା ଦିଗହରା ପାଲଟିଛି। ପଞ୍ଚାୟତ ର ମୋଟ ୭୩ ଜଣ ଏହି ଶିବିରରେ ଆବାସ ଘର, ପିଡ଼ିଏସ ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଜଣାଇଛନ୍ତି।କାର୍ଯ୍ୟକ୍ରମକୁ ଡୁଡୁକାଠେଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ନାଏକ। ପରିଚାଳନା କରିଥିଲେ ଗ୍ରାମ ରୋଜଗାର ସେବକ ଶିବରାମ ଗହୀର ଓ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ତେବେ ଶିବିରରେ ଅନେକ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଦୂତ ଆର୍ଥିଙ୍ଗ ରେ ଗାଇ ବାଛୁରୀ ମୃତ୍ୟୁ

masiha

Tree Plantation Drive with Devotional Fervour in Guma Section Villages

Sunil Chandra Nayak

ପ୍ରଫେସର ସତ୍ୟ ପଟ୍ଟନାୟକଙ୍କୁ ‘ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ–୨୦୨୬’

Sunil Chandra Nayak

Leave a Comment

error: Content is protected !!