ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡ଼ୁମାଡ଼ଙ୍ଗର ଠାରେ DPL କ୍ରିକେଟ ଟୁର୍ନାମେଣ୍ଟ  

ବନ୍ଧୁଗାଁ ତା,୨୪/୫/୨୩, ଗାରିଡି ପଞ୍ଚାୟତର ଡ଼ୁମାଡ଼ଙ୍ଗର ଗାଁରେ ଗତ ୩ ତାରିଖରେ ଶୁଭାରମ୍ଭ ହୋଇଥିଲା I କ୍ରିକେଟ ଟୁର୍ନାମେଣ୍ଟରେ ଛଅଗୋଟି ଦଳକୁ ନେଇ ମାଲିକ ମାନେ ନିଜ ନିଜ ଟିମକୁ କିଣି ଖେଳ କରିଥିବାର ଦେଖିବାକୁ ମିଳିଛି I ଏଥିରେ ଥିଲା – ଲାଗାନ, ରାଇଜିଙ୍ଗ ଷ୍ଟାର, ମାଷ୍ଟର ମୁମ୍ବେଇ,ଲେବେନ ଷ୍ଟାର,ଡି.ପି.ଏଲ କିଙ୍ଗସ,ନିୟୁ ଡ୍ରିମ ୬ଗୋଟି ଟିମକୁ ନେଇ ଖେଳ ହୋଇଥିଲା I ଆଜି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛନ୍ତି ରାଜିଙ୍ଗ ଷ୍ଟାର ଓ ଲାଗାନ ଟିମ ମଧ୍ୟରେ ଶେଷ ଖେଳ ୧୨ ଅବର ଲେଖାଏଁ ଖେଳାଯିବା ପାଇଁ କରା ଯାଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା,ଜିଲ୍ଲା ପରିସଦ ଅଧ୍ୟକ୍ଷା ସୁଶ୍ରୀ ସୋସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଶୁଶ୍ରୀ ଲଷ୍ମୀ ମିଣ୍ୟାକା ଦୁର୍ଯ୍ୟ ନାଗ, କୌଶଲ୍ୟା ହିକକା, ଗାରିଡି ପଞ୍ଚାୟତର ସରପଞ୍ଚ ମାଲତି ମାଣ୍ଡିଙ୍ଗ, ପୂର୍ବତନ ସରପଞ୍ଚ ଗୋପୀନାଥ ବିଡ଼ିକା,ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସମାଜ ସେବି ଶ୍ରୀ ଶଙ୍କର ସାଉନ୍ତା,ପ୍ରମୁଖ ଉପସ୍ଥିତ ରହି ଆଜିର ଅନ୍ତିମ ଖେଳ ଆରମ୍ଭ କରିଥିଲେ I ଆଜିର ମେଚରେ ରାଇଜିଙ୍ଗ ଷ୍ଟାର ଟଚ ଜିଣି ବୋଲିଙ୍ଗ କରିଥିଲେ, ଲାଗନ ଟିମ ୧୨ ଅବର ଖେଳି ୧୧୫ ରନ କରିବାରେ ସକ୍ଷମ ହୋଇଥିଲେ I ରାଇଜିଙ୍ଗ ଷ୍ଟାର ୧୧୬ ରନର ବିଜୟ ଲକ୍ଷରେ ୮.୪ ଅବରରେ ୧୧୬ ରନ କରି ବିଜୟ ହାସଲ କରିଛନ୍ତି I ଟୁର୍ନାମେଣ୍ଟ ମଧ୍ୟରେ ହେଟ୍ରିକ ଛକା ମାରିବା ଖେଳାଳୀ ବିକାଶଙ୍କୁ ୫୦୦ ଓ ହେଟ୍ରିକ ଉଇକେଟ ନେଇଥିବା ଖେଳାଳୀ ଜିତୁଙ୍କୁ ୫୦୦ ଟାଙ୍କା ଲେଖାଏଁ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସମାଜ ସେବି ଶ୍ରୀ ଶଙ୍କର ସାଉନ୍ତା ନିଜ ହାତରୁ ପୁରସ୍କାର ଦେଇଥିଲେ I ଶେଷ ମେଚ ବିଜେତାକୁ ୧୫ ହଜାର ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପୁରସ୍କାର ଦିଆଯାଇଥିଲା I ଏହି ଟୁର୍ନାମେଣ୍ଟ ଖେଳର ସହଯୋଗୀ ମାନେ. ସାରଥୀ ରାଜୁ, ରିଙ୍କୁ ମିନ୍ୟାକା, ଗୋପୀନାଥ ବିଡ଼ିକ,ସୁଶିଲ ଖରା, ଅନନ୍ତ କାଣ୍ଡ ,ମହାକାଳ କାଣ୍ଡ, ବୁଯା କଞ୍ଜାକା, ଏସ. ଡି. ସି. ମେମ୍ବର ଲାଡୁ ହୁଲୁକା,ଓ ଆଖ ପାଖ ଗ୍ରାମର ଛୋଟ ବଡ଼ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଉତ୍ସଵ ବ୍ଲକ ସ୍ତରୀୟ ଫୁଟବଲ ଫାଇନାଲରେ ଫୁପଗାଁ ଟିମ ଚାମ୍ପିୟାନ

Sunil Chandra Nayak

ବାବା ଭୈରବ ଯୁବକ ସଂଘ, ଶଙ୍କରଡା ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩ ପ୍ରଥମ ଥର ପାଇଁ ହେବ ଉଦଘାଟନ

masiha

Leave a Comment

error: Content is protected !!