ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ଅଣ ସର୍ଭେ ଗ୍ରାମରେ ହାଇଟେକ୍ ସର୍ଭେ ର ସମୀକ୍ଷା , ନିର୍ଦ୍ଦେଶକ ଭୁଲେଖ ବିଭାଗ ,ଓଡ଼ିଶା ଙ୍କ କଳାହାଣ୍ଡି ଗସ୍ତ 

ଭବାନୀପାଟଣା ତା ୨୪.୫.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହରେ ଭୁଲେଖ ନିର୍ଦ୍ଦେଶକ,ଓଡ଼ିଶା ସରକାର ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାରେ ଅଣ ସର୍ଭେ ଗ୍ରାମରେ ଜମିମାପ ସର୍ଭେ ସମ୍ବନ୍ଦିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରେ ୯୬ ଟି ଅଣସର୍ଭେ ଗ୍ରାମରେ ହାଇଟେକ୍ ଟେକ୍ନୋଲୋଜି ସାଟେଲାଇଟ୍ ସାହାଯ୍ୟରେ ସର୍ଭେ କାମ ଆରମ୍ଭ କରାଯାଇଛି। ଜୁନାଗଡ଼ ତହସିଲ ଅନ୍ତର୍ଗତ ୫ ଟି ଗ୍ରାମରେ ଏହି ସର୍ଭେ କାର୍ଯ୍ୟ ଚାଲୁରହିଛି।ଏହି ସର୍ଭେ କାମ ପାଇଁ ଜିଓ ଟେକ୍ ଇନ୍ଫ୍ରାଷ୍ଟ୍ରକଚର ଦାୟିତ୍ଵ ନେଇଛି ଏବଂ ଏଥିପାଇଁ ୬ ମାସ ସମୟ ସୀମା ମଧ୍ୟରେ ଏହି ସର୍ଭେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଜିଲ୍ଲାରେ ବହୁ ଦିନରୁ ଅନେକ ଗ୍ରାମ ରେ ଜମି ମାପ ସର୍ଭେ କାର୍ଯ୍ୟ ପାଇଁ ଦାବି ହୋଇ ଆସୁଥିଲା। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଦ୍ଵିତୀୟ ପର୍ଯ୍ୟାୟରେ ଆହୁରି ୪୭ ଟି ଗ୍ରାମକୁ ଏହି ସର୍ଭେ ରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥିର କରାଯାଇଛି ବୋଲି କହିଥିଲେ।ସର୍ଭେ ସମୟରେ ଗ୍ରାମର ସୀମା ନିର୍ଦ୍ଧାରଣ ପୂର୍ବକ ଆବଶ୍ୟକ ସ୍ଥଳେ ନୂତନ ରାଜସ୍ୱ ଗ୍ରାମର ଘୋଷଣା କରାଯିବ। ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ବେଦ ଭୂଷଣ, ଉପ ଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ସମସ୍ତ ତହସିଲଦାର, ରେଭିନ୍ୟୁ ସୁପରଭାଇଯର ,ଡେପୁଟି କଲେକ୍ଟର ରେଭିନ୍ୟୁ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟ୍ୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

ରୋଟାରୀ କ୍ଲଵ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!