ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରା ଘାତରେ ଦୁଇ ମଇଁସି ମୃତ

ବଜ୍ରା ଘାତରେ ଦୁଇ ମଇଁସି ମୃତ

ବନ୍ଧୁଗାଁ ତା,୨୧/୪/୨୬,କୋରାପୁଟ ଜିଲ୍ଲା ର ବନ୍ଧୁଗାଁ ଓ ନାରାୟଣ ପାଟଣା ବ୍ଲକରେ ଘଡ଼ ଘଡ଼ି ସହ ପ୍ରବଳ ପଵନ ସାଙ୍ଗକୁ ବର୍ଷା ହୋଇଛି I ଅନେକ ସ୍ଥାନରେ ଛୋଟ ମୋଟ ଗଛ ଭାଙ୍ଗି ପଡିଥିବାର ମଧ୍ୟ ଦେଖା ଦେଇଛି ଏଥି ସହିତ ନାରାୟଣ ପାଟଣା ବ୍ଲକର ପଡା ପଦର ପଞ୍ଚାୟତର ବାସନା ପୁଟ ଗାଁର ମୂଷୁରୀ ନାମକ ବ୍ୟକ୍ତିଙ୍କ ବଜ୍ରା ଘାତରେ ୨ଟି ମଇଁସି ମୃତ I ଆଜି ସନ୍ଧ୍ୟା ରେ ଘଡ ଘଡି ସହ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା I ସେହି ସମୟରେ ମଇସି ସବୁ ଏକ ଗଛ ମୂଳକୁ ଚାଲିଯାଇଥିଲେ ସେତେବେଳେ ଉକ୍ତ ଗଛ ଉପରେ ବଜ୍ରପାତ ହେବାରୁ ସେଠାରେ ହିଁ ସବୁ ଟଳିପଡିଥିଲେ I ବର୍ଷା କମିବା ପରେ ଗ୍ରାମର କିଛି ଲୋକ ଖବର ଶୁଣି ଉକ୍ତ ଘଟଣା ସ୍ତଳକୁ ଯାଇ ଦେଖିବାରୁ ଜାଣିବାକୁ ପାଲେକି ଗ୍ରାମର ମୂଷୁରୀ ଙ୍କ ର ଦୁଇଟି ମଇଁସି ବୋଲି ଜାଣିବାକୁ ପାଇଥିଲେ I ମୃତ୍ୟୁ ହୋଇଥିବା ଦୁଇଟି ମଇଁସିର ମୂଲ୍ୟ ଆନୁମାନିକ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜାଣିବାକୁ ପାଇଛୁ I ପ୍ରତିବର୍ଷ ଏହି ଗ୍ରାମରେ ବର୍ଷା ମାସର ଆରମ୍ଭରେ ଏହି ପ୍ରକାର ଅଘଟଣ ଘଟିଥିବା ହେତୁ ଗ୍ରାମରେ ରହୁଥିବା ସମସ୍ତେ ଗରୀବ ଆଦିବାସୀ ହୋଇଥିବାରୁ ବହୁତ କ୍ଷତି ସହିଥିବାର ସୂଚନା ମିଳିଥିଲା  ଓ ଉକ୍ତ ଘଟଣାରେ ଦୁଇଟି ମଇଁସି ମୃତ୍ୟୁ ହୋଇଥିବା କ୍ଷତି ଯୋଗୁଁ ସରକାରଙ୍କ ଠାରେ କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଏକ ପ୍ରହସନ ନୁହେଁ କି? ଦୁର୍ନୀତି କୁ ଲୁଚାଇବା ପାଇଁ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଉଛନ୍ତି ବିଡ଼ିଓ

masiha

ଓଡ଼ିଆ ନବବର୍ଷ ପାଳନ ପାଇଁ ପ୍ରସୂତି ବୈଠକ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ 

masiha

Leave a Comment

error: Content is protected !!