ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଆମ୍ବ ଭଲ ଉତ୍ପାଦନ ହୋଇଛି। ଏହାର ବଜାରକୁ ସୁବ୍ୟବସ୍ଥିତ କରିବା ସକାଶେ କଳାହାଣ୍ଡି ଜିଲାର ଭବାନୀପାଟଣା ସମେତ ଜୁନାଗଡ଼, ଧର୍ମଗଡ଼ ଓ କେସିଙ୍ଗା ପ୍ରମୁଖ ଚାରି ସହରାଞ୍ଚଳରେ କଳାହାଣ୍ଡିଆ ଆମର ପ୍ରଦର୍ଶନୀ ‘ଗାଁ ଆମ୍ବ, ପସରା’ ଆରମ୍ଭ ହୋଇଛି । ଭବାନୀପାଟଣାରେ ଆୟୋଜିତ ଆମ ଗାଁ ଆମ ପସରା ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲରେ ମୁଖ୍ୟଅତିଥ୍‌ ଭାବେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ସମେତ ଡିଡିଏମ୍ ନାବାର୍ଡ, ଉଦ୍ୟାନ କୃଷି, ଜୀବିକା ମିଶନ, ଓରମାସ୍‌ର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ଏସ୍ଏଚ୍‌ଜି, ଏଫ୍‌ପିଓ ପ୍ରଡ୍ୟୁସର ଗ୍ରୁପ ଥୁଆମୂଳ ରାମପୁର, ଲାଞ୍ଜିଗଡ଼,କୋକସରା, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼, କେସିଙ୍ଗୀ ପ୍ରମୁଖ ଅଞ୍ଚଳର ଆମ୍ବ, ଚାଷୀ ଓ ଗୋଷ୍ଠୀ ସାମିଲ ହୋଇଛନ୍ତି । ଏହି ଆମ୍ବ, ପ୍ରଦର୍ଶନୀ ୨୯ ତାରିଖ ଯାଏ ଜାରି ରହିବ ବୋଲି ଜଣାଯାଇଛି।

ଚଳିତ ବର୍ଷ କାଳ ବୈଶାଖ ଓ ଅଦିନିଆ ବର୍ଷା ସତ୍ତ୍ବେ ପ୍ରାୟ ୯୦ ପ୍ରତିଶତ ଆୟ ଉତ୍ପାଦନ ହୋଇଛି । ଜିଲାରେ ପାଖାପାଖୁ ୧୦ହଜାର ହେକ୍ଟରରେ ସର୍ବାଧିକ ଭଲ ଆମ, ଅମଳ ହୋଇଥିବାବେଳେ ହେକ୍ଟର ପ୍ରତି ୧୫ ଟନ୍‌ ବା ୧୫୦ କିଣ୍ଡାଲ ଆମ୍ବ ଅମଳ ହୋଇଥିବା ଉଦ୍ୟାନ କୃଷି ବିଭାଗ ଡେପୁଟି ଡାଇରେକ୍ଟର କିଶୋର ମହାଲିଙ୍ଗ ପ୍ରକାଶ କରିଛନ୍ତି। ଏହି ଅବସରରେ ଭ୍ରାମ୍ୟମାଣ ଆମ୍ବ ବିକ୍ରୟ ରଥକୁ ଜିଲାପାଳ ଶୁଭାରମ୍ଭ କରିଥିଲେ ।

ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ବିଭିନ୍ନ ସ୍ଥାନରୁ ସାତ ପ୍ରକାର ଆମ୍ବ ପ୍ରଦର୍ଶନରେ ସାମିଲ ହୋଇଥିଲା । ସେଗୁଡିକ ହେଲା ଲେଙ୍ଗଡା ଆମ୍ବ, ଦୁସେରୀ ଆମ୍ବ,ହେମସାଗର ଆମ୍ବ, ମାଲ୍ଲୀକା ଆମ୍ବ,ଅମରାପଲ୍ଲୀ ଆମ୍ବ,ବାଇଗନପିଲ୍ଲୀ ଆମ୍ବ, ଆଖୁରସ ଆମ୍ବ ଭଳି ସାତ ପ୍ରକାର ଆମ୍ବ ପ୍ରଦର୍ଶନିରେ ସାମିଲ ଅଛି। ଏହି ବ୍ୟବସ୍ଥା ଆର୍ଥିକ ପ୍ରୋତ୍ସାହନ ଦେବାରେ ସହାୟକ ହେବ । ଆମ୍ବ ଦ୍ୱାରା ଜୈବିକ ପଦ୍ଧତିରେ ଆମ୍ବସୋଡା ଓ ଆମ୍ବୁଲ ଆଦି ପ୍ରସ୍ତୁତ କରି ଏହାର ଦର ନିର୍ଦ୍ଧାରଣ କରି ଜାତୀୟ ବଜାରରେ ଆଗାମୀ ଦିନରେ ବଜାରୀକରଣ ବ୍ୟବସ୍ଥା ଉପରେ ପ୍ରଶାସନର ପ୍ରୟାସ ଜାରି ରହିଛି ବୋଲି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗାଁ ଆମ୍ବ ପସରା ମହୋତ୍ସବରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ ଅଂଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷିଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ର୍ରୟାସ କରାଯାଇଛି । ଜିଲ୍ଳାରେ ବର୍ତମାନ ଆମ୍ବଚାଷକୁ ଚାଷୀମାନେ ଅର୍ଥକାରୀ ଫସଲ ଭାବେ ବାଛି ନେଇଥିବା ବେଳେ ପ୍ରଶାସନର ସହାୟତାରେ ଚାଷି ଉତ୍ପାଦିତ ଆମ୍ବକୁ ବିକ୍ରି କରି ଭଲ ରୋଜଗାର କରିପାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଆମ୍ବ ବଜାର ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷିଭାଇମାନେ ପ୍ରକାଶ କରିଛନ୍ତି।ଜିଲ୍ଲାରେ କୃଷକମାନେ ସେମାନଙ୍କର ଆର୍ଥିକ ବିକାଶ ତଥା ଗ୍ରାମୀଣ ଆମ୍ବ ଚାଷୀଙ୍କୁ ମାର୍କେଟିଂ ସହାୟତା ତଥା ଜିଲ୍ଲାରେ ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ପ୍ରକାରର ଆମ୍ବ ଏବଂ ଅନ୍ୟାନ୍ୟ ଫସଲ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଲୋକପ୍ରିୟ କରିବା ମୂଖ୍ୟ ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଡିଏମ୍ ନାବାର୍ଡ, ଉଦ୍ୟାନ କୃଷି, ଜୀବିକା ମିଶନ, ଓରମାସ୍‌ର ପ୍ରତିବର୍ଷ ଆମ୍ବ ପ୍ରଦର୍ଶନୀ ଆୟୋଜନ କରିଆସୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜୁନାପାଣି ଧାନ ମଣ୍ଡିରୁ ଉଠିଲାନି ଧାନ, ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ଙ୍କ ଧାନ 

masiha

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଜିଲ୍ଲାସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ

masiha

Leave a Comment

error: Content is protected !!