ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦେବ ଦମ୍ପତି ଶିବ ପାର୍ବତୀଙ୍କ ବିବାହ ଉତ୍ସବ

ମ,ରାମପୁର,୨୫/୫( ମସୀହା):- ମ,ରାମପୁର ସ୍ଥିତ ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ସାମ୍ୱତ୍ସରିକ ବିବାହ ଉତ୍ସବ ବୁଧବାର ଅନୁଷ୍ଠିତ ହେଇ ଯାଇଛି । ଶିବ ମନ୍ଦିର ଠାରୁ ଏକ ବିରାଟ ଶୋଭା ଯାତ୍ରା ସହର ପରିକ୍ରମା କରିଥିଲେ । ଏହି ପରିକ୍ରମା ରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ ହେଇ ଦେବ ଦେବ ମହାଦେବଙ୍କୁ କନ୍ୟା ପିତା ଙ୍କ ଘର ଅଭିମୁଖେ ତୁଜଙ୍ଗ ନିଆ ଯାଇଥିଲା l ଚଳିତ ଥର ବର ପିତା ଭାବରେ ଡ଼କ୍ଟର ବେହେରା ସପତ୍ନିକ ଓ କନ୍ୟା ପିତା ଭାବରେ ରୋହିତ ସାହୁ ସପତ୍ନୀକ ଦାୟିତ୍ଵ ନିର୍ବାହ କରୁଛନ୍ତି । ଶିବ ମନ୍ଦିର ପରିଚାଳନା କମିଟି ର ସଭାପତି ଚିତ୍ତ ରଂଜନ ବାଗ ,ସମ୍ପାଦକ ଶିବ ପ୍ରସାଦ ପଟ୍ଟନାୟକ, ପୂଜକ ପିତାମ୍ବର ତ୍ରିପାଠୀ ଓ ଅମରେଶ ଶତପଥୀ ଙ୍କ ସମେତ କମିଟି ର ସଦସ୍ୟ, ଗ୍ରାମବାସୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଆଜି ଦେବ ଦମ୍ପତି ମନ୍ଦିର ପ୍ରତ୍ୟାବର୍ତ୍ତନ ର କାର୍ଯ୍ୟକ୍ରମ ରହିଛି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସାରସପଡ଼ା ରେ ୮ତମ ମାଁ ବିନ୍ଧ୍ୟ ବାସିନୀ ଙ୍କ ବାର୍ଷିକ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ 

masiha

ଶ୍ରାବଣ ମାସ ତୃତୀୟ ସୋମବାର ବାବା ବିଶେଶ୍ଵର ଶୈବପୀଠ ଚଳଚଞ୍ଚଳ 

Sunil Chandra Nayak

ବାଲିଆପାଳ ରାଧା ମୋହନ ମନ୍ଦିରରେ ଶ୍ରୀଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଓ ହୋଲି ଉତ୍ସବ ପାଳିତ  

Sunil Chandra Nayak

Leave a Comment

error: Content is protected !!