ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୁଟଭୁଟି ଗାଁରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ )25/5/23 //ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ବାମ ପଂଚାୟତ ଭୁଟଭୁଟି ଗାଁରେ ଆଜି ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ବିଜେଡି ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଏଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ ବିଜୁ ଜନତା ଦଳକୁ କିପରି ଅଧିକ ସୁଦୃଢ କରିହେବ ସେ ବିଷୟରେ ଉପସ୍ଥିତ କର୍ମୀ ମାନଙ୍କୁ କହିଥିଲେ ।ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କାମ ବିଷୟରେ ଅବଗତ କରାଇଥିଲେ ।ଏଠାରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଇଂ ରାଜେଶ କୁମାର ଦେହୁରୀ,ବାମ ପଂଚାୟତ ସମିତି ସଭ୍ୟ। ଲଷ୍ମୀ ହେସା,ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଲଷ୍ମୀ ମହାନ୍ତ,ପୁର୍ବତନ ସରପଞ୍ଚ ଚନ୍ଦ୍ରମଣି ସିଂହ,ପୁର୍ବତନ ସମିତି ସଭ୍ୟ ବାସୁଦେବ ସାହୁ,ମାଧବ ବେହେରାଯୋଗ ଦେଇଥିଲେ ।ପଂଚାୟତର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ବହଳଦା ବିଜେପି ସଂକଳ୍ପ ସମାବେଶରେ ବିଜେପି ପ୍ରଚାର ରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!