କାମାକ୍ଷାନଗର( ମ ନି ସ) 26/5/23 //କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମ ଠାରେ ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଆଜି ଭୋର ସମୟରେ ମହିଳା ଜଣଙ୍କ ଓଭରବ୍ରିଜ ଉପରଦେଇ ଚାଲିଚାଲି ଯାଉଥିବା ବେଳେ, କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଗାଡିଟି ଘଟଣାସ୍ଥଳରୁ ପଳାଇଯାଇଛି। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଯବତ କରି ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଯାରି ରଖିଛି।