ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଗୁରୁତର ଦାଦନ ଶ୍ରମିକ, ଚିକିତ୍ସା ପାଇଁ ସହାୟତା ଦାବି

ଲାଞ୍ଜିଗଡ଼,୨୭/୦୫(ମନିସ)-ପେଟ ଚାଖଣ୍ଡକ ପୋଷିବା ପାଇଁ ଘରୁ ଗୋଡ଼ କାଢ଼ି ସୁଦୂର ତାମିଲନାଡୁର କୋଇମ୍ବାଟରକୁ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାତେଲିମା ଗାଁର ବସନ୍ତ ହରିଜନ ! ସେଠାରେ ରହି କୁଲିମଜୁରି କାମ କରି ନିଜ ପେଟ ପୋଷିବା ସହିତ ଦୁଇପଇସା ନିଜ ପରିବାର ପ୍ରତିପୋଷଣ ପାଇଁ ରୋଜଗାର କରୁଥିଲେ ! ତେବେ ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ବସନ୍ତଙ୍କ ପାଇଁ ସେଠାରେ ଦୁର୍ଭାଗ୍ୟ ସତେ ଯେମିତି ଅପେକ୍ଷା କରି ରହିଥିଲା ! ଗୁରୁବାର ସନ୍ଧ୍ୟାରେ କାମ ସାରି ରାସ୍ତା କଡ଼ରେ ଚାଲିଯାଉଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା ! ଏଥିରେ ବସନ୍ତ ଗୁରୁତର ହୋଇ ରାସ୍ତାକଡ଼ରେ ପଡ଼ିଯାଇଥିଲେ ! ତାଙ୍କୁ ଗୁରୁତର ଭାବେ ରାସ୍ତାକଡ଼ରୁ ଉଦ୍ଧାର କରି କୋଇମ୍ବାଟୁର ପୁଲିସ ସେଠାକାର ସିଏମ୍ ସି ହସ୍ପିଟାଲରେ ଭର୍ତ୍ତି କରିଥିଲା ! ତାଙ୍କର ଅଣ୍ଟା ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ସେ ହସ୍ପିଟାଲର ଆଇସିୟୁ ବେଡ୍ ରେ ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି ! ଏ ସଂପର୍କରେ ଖବର ପାଇ ତାଙ୍କର ଜଣେ ସଂପର୍କୀୟ ଭାଇ ଓ ତାଙ୍କ ସ୍ତ୍ରୀ ଘରୁ ବାହାରି ଆଜି ସକାଳୁ ଉଭୟ କୋଇମ୍ବାଟୁରରେ ପହଞ୍ଚିଛନ୍ତି ! ତେବେ ଗୁରୁତର ବସନ୍ତ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କ ପରିବାର ଉପରେ ବିପଦର ପାହାଡ଼ ଛିଣ୍ଡି ପଡ଼ିଛି ! ବସନ୍ତଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାବେଳେ ତାଙ୍କୁ ସରକାରୀ ସହାୟତା ଆବଶ୍ୟକ ହେଉଛି ! ଏଣୁ ତାଙ୍କୁ ଓଡ଼ିଶା ସରକାର ଓ ଶ୍ରମ ବିଭାଗ ତୁରନ୍ତ ଦ୍ରୁଷ୍ଟି ଦେଇ ସହାୟତାର ହାତ ବଢ଼ାଇବା ଓ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କିନ୍ନର ମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ 

Sunil Chandra Nayak

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଭିଜିଲାନ୍ସ ସପ୍ତାହ ପାଳିତ 

masiha

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ 

masiha

Leave a Comment

error: Content is protected !!