ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅପହରଣ ସମୟରେ ଯୁବତୀ ଉଦ୍ଧାର : ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଲାଞ୍ଜିଗଡ଼,୨୭/୦୫(ମନିସ)-ଏକ ପିକଅପ୍ ଭ୍ୟାନରେ ଜଣେ ଯୁବତୀଙ୍କୁ ଚାରିଜଣ ଯୁବକ ଅପହରଣ କରିନେଉଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ଯୁବତୀଙ୍କୁ ପୁଲିସ ଜିମାରେ ଦେଇଛନ୍ତି ! ଏଇ ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ! ଖବର ଅନୁଯାୟୀ, ଆଜି ସକାଳ ନଅଟା ସମୟରେ କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ୪ ଜଣ ଯୁବକ ଏକ ପିକଅପ୍ ଭ୍ୟାନରେ ଜୋରଜବରଦସ୍ତି ଅପହରଣ କରି ନେଉଥିବାବେଳେ କଦମ୍ବଗୁଡ଼ା ଛକ ନିକଟରେ ଯୁବତୀ ଜଣଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପିକଅପ୍ ଭ୍ୟାନଟିକୁ ଅଟକାଇବାରୁ ଘଟଣା ସଂପର୍କରେ ଜଣା ପଡ଼ିଥିଲା ! ଗ୍ରାମବାସୀ ଯୁବତୀଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେବାସହ ଚାରିଜଣ ଯୁବକଙ୍କୁ ଅଟକାଇ ରଖିବାକୁ ଚେଷ୍ଟା କରିଥିଲେ ! ତେବେ କୌଶଳ କ୍ରମେ ଜଣେ ଯୁବକ ଖସି ପଳାଇଥିବାବେଳେ ପିକଅପ୍ ଭ୍ୟାନର ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ କଦମ୍ବଗୁଡ଼ା ଗ୍ରାମବାସୀ ! ଏ ସଂପର୍କରେ ଖବର ପାଇ ପୁଲିସ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ ଓ ବିଶ୍ବନାଥ ମହଲା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପହରଣର ଶିକାର ଯୁବତୀଙ୍କ ସମେତ ୩ ଜଣ ଯୁବକଙ୍କୁ ସିକେରକୁପା ଫାଣ୍ଡିକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି ! ଘଟଣା ସଂପର୍କରେ ଅଧିକ ତଦନ୍ତ ପାଇଁ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ମଧ୍ୟ ସିକେରକୁପା ଫାଣ୍ଡିରେ ପହଞ୍ଚିଥିବା ଜଣାପଡ଼ିଛି ! ଅପରପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶ୍ବନାଥପୁର ଥାନା ବକଟପୁରର ଜୟନ୍ତ ହରପାଲ ଫେରାର ଥିବା ପୁଲିସ କହିଛି ! ତେବେ ଏନେଇ ତଦନ୍ତ ଜାରି ରହିଛି !

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜଙ୍ଘିଆ ଗ୍ରାମ୍ୟ ବିଲରୁ ବୃଦ୍ଧ ଚାଷୀର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

masiha

ହରେକୃଷ୍ଣପୁର ଭୈରବ ମନ୍ଦିରରୁ ଚୋରି ଅଭିଯୋଗ 

masiha

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!