ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା

ଭବାନୀପାଟଣା,୨୭/୦୫(ମ ନି ସ  )-ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଫେଡେରେସନର କର୍ମକର୍ତ୍ତାମାନଙ୍କ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କୁ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ଆଇନଶ୍ରୁଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ! ସେହିପରି ଏଇ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଫେଡେରେସନର ନବନିର୍ବାଚିତ ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଭାପତି ଆଶିଷ ରଞ୍ଜନ ନାଏକ, ଋଷିସୂଦନ ଛତ୍ରପାଲ, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର ପ୍ରମୁଖ ଅଧିକାରୀମାନଙ୍କ ସହିତ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ପଦାଧିକାରୀ ଭାବେ ଦାୟିତ୍ଵ ନେବା ପରେ ଏହା ସେମାନଙ୍କ ପ୍ରଥମ ସାକ୍ଷାତ ବୋଲି କହିବା ସହିତ ଅନୁସୂଚିତ ଜାତି ପ୍ରତି ଦିନକୁ ଦିନ ବୃଦ୍ଧି ପାଉଥିବା ବିଭିନ୍ନ ନିର୍ଯାତନା, ଅପରାଧିକ ମାମଲାକୁ ନେଇ ଫେଡେରେସନର କର୍ମକର୍ତ୍ତାମାନେ ଉଦବେଗ ପ୍ରକାଶ କରିଥିଲେ। ଜିଲ୍ଲାପାଳ ଓ ଏସ୍ ପି ଏହି ଆଲୋଚନା ବେଳେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଏସ୍ ପି ଅଭିଳାଷ ଜୀ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଫେଡେରେସନର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ, ଯୋଜନା ଓ ସମ୍ମନ୍ବୟ କମିଟି ମୁଖ୍ୟ ବିଭୀଷଣ ନାଏକ, ଉପଦେଷ୍ଟା ରଜନୀକାନ୍ତ ସମର୍ଲିଆ, ଯୁବରାଜ ଛତ୍ରିଆ, ପୃଥ୍ୱୀରାଜ ଛତ୍ରିଆ, ନିରଞ୍ଜନ ନାଏକ, ଜଗନ୍ନାଥ ନାଏକ, ଵିନୋଦ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ। ଏଇ ଅବସରରେ ଫେଡେରେସନ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

masiha

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ର

Sunil Chandra Nayak

ସାମ୍ବାଦିକ ଙ୍କ ପିତୃ ବିୟୋଗ

masiha

Leave a Comment

error: Content is protected !!