ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ଅଭିନଵ ଉଦ୍ୟମ , ଜୟନ୍ତପୁର ଠାରେ ତ୍ରିଲୋଚନ ପାଠାଗାର ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଠାରେ ତ୍ରିଲୋଚନ ପାଠାଗାର ଲୋକାର୍ପିତ ହୋଇଯାଇଛି । ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ,ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ,ପିଇଓ ରଘୁନାଥ ଖମାରୀ,ସମିତି ସଭ୍ୟ ଥବିର ନାଗ,ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଯୁଏଡ,କବି ଜନ୍ମେଜୟ ନାଏକ,ରୋଦନ ମେହେର, ଭକ୍ତରାମ ମେହେର,ପୂର୍ଣ ନାଏକ,ପ୍ରେମଲାଲ ନାଏକ,ମିସନଶକ୍ତି ସଭାନେତ୍ରୀ ହିରାଜୀ ବାଗ,ସରପଞ୍ଚ ସଂଘ ସଭାପତି ହାତିରାମ ଦୂର୍ଗା ଉପସ୍ଥିତ ଥିବାବେଳେ ବିଶ୍ବରଂଜନ ପଣ୍ଡା ସଭା ପରିଚାଳନା କରିଥିଲେ । ଜୟନ୍ତପୁର ଗ୍ରାମର ଜଣେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାଗ ନିଜସ୍ୱ ଉଦ୍ୟମ ରେ ଗାଁରେ ଏହି ପାଠାଗାର ପ୍ରତିଷ୍ଠା କରିଛନ୍ତି । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଏହା ଅନେକ ସହାୟକ ହୋଇ ପାରିବ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା ତ୍ରିଲୋଚନ ବାଗ । ଆଗକୁ ଏହି ପାଠାଗାରର କଳେବର ବୃଦ୍ଧି କରାଯିବା ସହ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ଶ୍ରୀବାଗ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସନ୍ଧିକୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

masiha

ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଲା ସ୍ବର ,ଧର୍ମଗଡ ନୂତନ ଜିଲ୍ଲା ହେବ ! 

Sunil Chandra Nayak

Leave a Comment

error: Content is protected !!