ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ଅଭିନଵ ଉଦ୍ୟମ , ଜୟନ୍ତପୁର ଠାରେ ତ୍ରିଲୋଚନ ପାଠାଗାର ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଠାରେ ତ୍ରିଲୋଚନ ପାଠାଗାର ଲୋକାର୍ପିତ ହୋଇଯାଇଛି । ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ,ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ,ପିଇଓ ରଘୁନାଥ ଖମାରୀ,ସମିତି ସଭ୍ୟ ଥବିର ନାଗ,ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଯୁଏଡ,କବି ଜନ୍ମେଜୟ ନାଏକ,ରୋଦନ ମେହେର, ଭକ୍ତରାମ ମେହେର,ପୂର୍ଣ ନାଏକ,ପ୍ରେମଲାଲ ନାଏକ,ମିସନଶକ୍ତି ସଭାନେତ୍ରୀ ହିରାଜୀ ବାଗ,ସରପଞ୍ଚ ସଂଘ ସଭାପତି ହାତିରାମ ଦୂର୍ଗା ଉପସ୍ଥିତ ଥିବାବେଳେ ବିଶ୍ବରଂଜନ ପଣ୍ଡା ସଭା ପରିଚାଳନା କରିଥିଲେ । ଜୟନ୍ତପୁର ଗ୍ରାମର ଜଣେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାଗ ନିଜସ୍ୱ ଉଦ୍ୟମ ରେ ଗାଁରେ ଏହି ପାଠାଗାର ପ୍ରତିଷ୍ଠା କରିଛନ୍ତି । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଏହା ଅନେକ ସହାୟକ ହୋଇ ପାରିବ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା ତ୍ରିଲୋଚନ ବାଗ । ଆଗକୁ ଏହି ପାଠାଗାରର କଳେବର ବୃଦ୍ଧି କରାଯିବା ସହ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ଶ୍ରୀବାଗ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେଡିର କାର୍ଯ୍ୟକାରିଣି ବୈଠକ

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

masiha

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!