ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଭ୍-ଟି ରୂପାନ୍ତରଣରେ ସାମିଲ ହେଲା କମର୍ଦ୍ଧା ହାଇସ୍କୁଲ

ଲାଞ୍ଜିଗଡ଼,୨୮/୦୫(ମନିସ)-ଲାଞ୍ଜିଗଡ ବ୍ଲକ କମର୍ଦ୍ଧାସ୍ଥିତ ମଧୁ ମହେଶ୍ବର ବୁଦ୍ଧିଆ ହାଇସ୍କୁଲକୁ ରାଜ୍ୟ ସରକାର ଫାଇଭ୍-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି l ଏ ସଂପର୍କିତ ଘୋଷଣା ପରେ ଆଜି ହାଇସ୍କୁଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ! ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବିଭୁତିଭୂଷଣ ଶତପଥୀ, ଏବିଇଓ ଦ୍ରୋଣ ରଣା, କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକଙ୍କ ସହିତ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ବୁଦ୍ଧିଆ, ସ୍କୁଲର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ, ସମାଜସେବୀ ହରିଶଙ୍କର ପାତ୍ର, ସ୍କୁଲର ପ୍ରତିଷ୍ଠାତା ସଦସ୍ୟ ନିରାକାର ବୁଦ୍ଧିଆ, ସିଆର୍ ସିସି ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ନିରଞ୍ଜନ ବୁଦ୍ଧିଆ, ପିଇଟି ଗୋବିନ୍ଦ ସାହୁ, ସମାଜସେବୀ ଭଗବାନ ମାଝୀ, ଦୀନବନ୍ଧୁ ବୁଦ୍ଧିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ଫାଇଭ୍-ଟି ରୂପାନ୍ତରଣର ଉଦ୍ଦେଶ୍ୟ ଓ ଏହାର ରୂପରେଖ ବିଷୟରେ ବିଡିଓ ଶ୍ରୀ ମିଶ୍ର ଉପସ୍ଥାପନ କରିବା ସହ ଶିକ୍ଷା ବିନା ମଣିଷ ସମାଜର ବିକାଶ ଅସମ୍ଭବ ତେଣୁ ଶିକ୍ଷା ପ୍ରତି ସମସ୍ତେ ସଚେତନ ହୋଇ ଶିକ୍ଷାର ବିକାଶ ଦିଗରେ ସହଯୋଗ କରିବାକୁ ସେ ଆହ୍ବାନ ଦେଇଥିଲେ ! ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍କୁଲର ଉନ୍ନୟନ ପାଇଁ ଦଶ ଲକ୍ଷ ଟଙ୍କା ଏବଂ କମର୍ଦ୍ଧl ପଞ୍ଚାୟତ ତରଫରୁ ପନ୍ଦର ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା l କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଗଠନର ଉପସଭାପତି ବିଭୁତି ଭୂଷଣ ତାଣ୍ଡି ସ୍ବାଗତ ଅଭିଭାଷଣ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ !

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ ର ପଞ୍ଚମ ବାର୍ଷିକ ଉତ୍ସବ

Sunil Chandra Nayak

ଗୁଟଖା କିଣାବିକାକୁ ନାହିଁ ଲଗାମ,ତମାଖୁ ବନ୍ଦ ଆଇନ କେବଳ ଲୋକ ଦେଖାଣିଆ,ସ୍କୁଲ,ଛକ,ବଜାର ଓ ଡାକ୍ତରଖାନା ନିକଟରେ ଖୋଲାଖୋଲି ଉଡୁଛି ଆଇନର ଧଜ୍ୟା

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!