ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ଆଜି ସପ୍ତମ ଦିନରେ

ନବରଙ୍ଗପୁର.(ମସିହା) ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ଆଜି ସପ୍ତମ ଦିନରେ ପହଞ୍ଚିଛି l ଯଦି ମଇ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଅମଲା ମାନଙ୍କ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି l ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଜୁନ ପହିଲାରୁ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ଛୁଟିରେ ଯିବେ l ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ପକ୍ଷରୁ ରବିବାର ଦିନ ଏ ସଙ୍କ୍ରାନ୍ତୀୟ ଏକ ବୈଠକ ସ୍ତାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଙ୍କ ପୌରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅମଲା ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ବେଳେ ମାଟ୍ରିକ ହାରରେ ଦରମା ମିଳୁଛି l ଫଳରେ ଦୀର୍ଘଦିନ ହେଲା ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା l ପ୍ରକାଶ ଥାଉକି ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ଅମଲା ସଂଘ ପକ୍ଷରୁ ପୂର୍ବରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ରାଜ୍ୟ ସରକାର ଅମଲା ମାନଙ୍କ ଦାବୀକୁ ଅଣଦେଖା କରି ଆସିଛନ୍ତି l ବୈଠକର ନିଷ୍ପତ୍ତି ଅନୁଯାୟୀ ଜୁନ ପହିଲାରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଉମରକୋଟ ବ୍ଲକ କାର୍ଯ୍ଯାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି lଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତଥା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ସଭ୍ୟ ତ୍ରିପତି ବାଲାଜୀ ସାହୁ ,ଜିଲ୍ଲା ମଞ୍ଚର ଆବାହକ ଏମ ବାଲାକ୍ରିଷ୍ଣା ରାଓ, ଅରୁଣ କୁମାର ମିଶ୍ର, ଲୋକନାଥ ମହାନ୍ତି, ନୀଳାଞ୍ଚଳ ପଣ୍ଡା, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ,ଆଶୁତୋଷ ମହାନ୍ତି,ଦିଲ୍ଲୀପ ସାହୁ, ଆକାଶ ଗଣ୍ଡ , ସୁଧାଂଶୁ ମିଶ୍ର, ସୂରଜ କୁମାର ସ୍ଵାଇଁ, ବବିତା ପଟନାୟକ, ରାମ କୃଷ୍ଣ ପଣ୍ଡା, ଏ ପ୍ରଶାନ୍ତି, ମବିନା ସୁଲତାନ, ହେନା କସୁର, ମୈଥିଳୀ ପଟ୍ଟନାୟକ, ପି ଅନୁରାଧା ପାତ୍ର, ସୁନିତା ମହାରଣା, ରଶ୍ମିତା ପାଢି, ସ୍ନେହାଶିଷ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଭୟା ଭ ଅଗ୍ନି କାଣ୍ଡ ରେ ତିନି ବଖରା ଘର ପୋଡି ଛାରଖାର

Sunil Chandra Nayak

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

Sunil Chandra Nayak

Leave a Comment

error: Content is protected !!