ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ବେଳେ ଅଘଟଣ, ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ

କଳାହାଣ୍ଡି ଡୋକରି ଚଞ୍ଚରା ଜଳ ପ୍ରପାତରେ ରବିବାର ଅଘଟଣ ଘଟିଛି l ସେଲ୍‌ଫି ନେବା ବେଳେ ଜଳ ପ୍ରପାତରେ ଖସି ଯୁବକ ନିଖୋଜ ଅଛନ୍ତି l ସୂଚନା ଅନୁଯାୟୀ, କିଛି ଯୁବକ ଭୋଜି କରିବା ପାଇଁ ଜଳପ୍ରପାତକୁ ଯାଇଥିଲେ। ହେଲେ ଜଳ ପ୍ରପାତରେ ଗାଧୋଇବା ବେଳେ ସେଲଫି ନେଉଥିଲେ। ଏହି ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି l

ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ବେଳେ ଅଘଟଣ, ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା କୁ ବୁଲିବା ପାଇଁ ରବିବାର ଧର୍ମଗଡ଼ ସହରର ୪ ଜଣ ସାଙ୍ଗ ଯାଇଥିଲେ।ବୁଲାବୁଲି କରିବା ଭିତରେ ଡୋକରି ଦର ଜଳପ୍ରପାତ ରେ ୪ ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ପଶିଥିଲେ,ହେଲେ ଡୋକାରୀ ଦରର ଗଭୀର ପାଣିରେ ଗାଧେଇବା ସମୟରେ ହଠାତ ଜଣେ ସାଙ୍ଗ ପାଣି ର ଗଭୀର ଭିତରକୁ ଯାଇ ଆଉ ଆସିବାରେ ସକ୍ଷମ ହୋଇ ପାରିଲା ନାହିଁ, ଅନ୍ୟ ୩ ଜଣ ସାଙ୍ଗ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଖୋଜ ଯୁବକ ହେଉଛନ୍ତି ଧର୍ମଗଡ ସହରର ଔଷଧ ବ୍ୟବସାୟୀ ହରେଶ ଅଗ୍ରୱାଲ ଙ୍କ ପୁଅ ଅମନ ଅଗ୍ରୱାଲ(୨୫) ବୋଲି ଜଣାପଡିଛି। ଅନ୍ୟ ୩ ଜଣ ଯୁବକ ହେଲେ ଧର୍ମଗଡ ର ଅଭିଜିତ ପାଟଯୋଶୀ(୨୬)ଦିପେଶ ଅଗ୍ରୱାଲ(୨୬)ପ୍ରଭୁଦତ୍ତ ବେହେରା (୨୬) ବୋଲି ଜଣାପଡିଛି। ସାଙ୍ଗ ପାଣି ରେ ବୁଡିବା ଦେଖି ଅନ୍ୟ ୩ ଜଣ ସାଙ୍ଗ ସ୍ଥାନୀୟ ଉନ୍ନୟନ କମିଟିର ସଦସ୍ୟ ଙ୍କୁ ଜଣାଇଥିଲେ। ପରେ ଉନ୍ନୟନ କମିଟି ପକ୍ଷରୁ ଆମପାଣି ପୋଲିସ କୁ ଖବର ଦେଇଥିଲେ ପରେ ଘଟଣାସ୍ଥଳ ରେ ଆମପାଣି ପୋଲିସ ଓ କୋକସରା ଦମକଳ ବିଭାଗ ର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଲିଛି।ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ପରେ ମଧ୍ୟ ନିଖୋଜ ଯୁବକ ଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ,ଉନ୍ନୟନ କମିଟିର କର୍ମକର୍ତ୍ତା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ,ଦମକଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାନ୍ତାଳୀ ସମାଜର ଆଇକନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ଐତିହ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ବାକ୍ସରୁ ୧୦ କୋଟି ଟଙ୍କା ଅନୁମୋଦନ ନେଇ ଦାଣ୍ଡବୋଷରେ ବିଶାଳ ଧନ୍ୟବାଦ ଉତ୍ସବ

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

masiha

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

masiha

Leave a Comment

error: Content is protected !!