ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଳରେ ପଡ଼ି ଯୁବକ ମୃତ୍ୟୁ

ଢେଙ୍କାନାଳ (ମ ସୀ ହା) ୨୬/ ୦୫_ ଢେଙ୍କାନାଳ ଜିଲ୍ଲା ଗଁଅଦିଆ ବ୍ଲକ ପାଞ୍ଚକେନ୍ଦୁ ( ଟୋଲଙ୍କପାଟିଆ ) ଗ୍ରାମର ମାନସ ପାତ୍ର ବୟସ ୪୬ ବର୍ଷ ଆଜି ସନ୍ଧ୍ୟା ୬ଘଟିକା ସମୟରେ ଶୌଚ ହେବାପାଇଁ ଗ୍ରାମ ପାଖକୁ ଲାଗି ଅତିବାହିତ ହୋଇଥିବା କ୍ଷୁଦ୍ର ଜଳାଶୟ ଚତୁରୀ ନାଳରେ ନାମିତ ସେହି ଚତୁରୀ ନାଳରେ ମାନସ ବୁଡିଯାଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ପ୍ରତ୍ୟେକ ଦର୍ଶୀଙ୍କ କହିବା ମୁତାବକ ଗ୍ରାମର ସମସ୍ତ ଅଧିବାସୀ ବନ୍ୟଜନ୍ତୁ ଯଥା ଗାଇ ଗୋରୁ ଛେଳି ମେଣ୍ଢା ଚରା ଭୂଇଁ ଅଟେ । ବହୁ ବର୍ଷ ଧରି ଗ୍ରାମର ବୟସ୍କ ବୃଦ୍ଧା ଛୋଟ ପିଲା ମାନେ ସେହି ଚତୁରୀ ନାଳରେ ଗାଧୋଇବା ପାଇଁ ନିର୍ଭରଶୀଳ ଅଟନ୍ତି। ମାନସ ସବୁଦିନ ପରି ସଂଧ୍ୟା୬ ଘଟିକାରେ ଘରୁ ନାଳକୁ ଯାଉଛି କହି ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ । ତାଙ୍କ ବଡ ପୁଅ ଖୋଜା ଖୋଜି କରି ନପାଇବାରୁ ନାଳ ପଠାରେ ବାପାଙ୍କ ଚପଲ ପିନ୍ଧି ଥିବା କପଡା ଦେଖିଲା ପରେ ଗ୍ରାମର ଲୋକମାନଙ୍କ ସହାୟତାରେ ଆସି‌ ନାଳ ପାଣି ଚାରିପଟେ ଖୋଜିବାପରେ ଠିକା ସଂସ୍ଥା ଦ୍ୱାରା ଖନନ ହୋଇଥିବା ଗଭୀର ଟାପ ପାଣି ମଧ୍ୟରୁ ଗ୍ରାମର ଯୁବକ ହଟକିଶୋର ଶୁରେଶ ଏବଂ ସନାତନ ବୁଡି ରହିଥିବା ମାନସଙ୍କ ଶରୀର କୁ ନାଳ ଉପରକୁ ଉଠେଇବା ପରେ ଆମ୍ବୁଲାନ୍ସ ସହାୟତାରେ ଚଣ୍ଡିଖୋଲ ସିସ୍ଥ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏଠି ଜନ ସାଧାରଣଙ୍କ ପ୍ରଶ୍ନ ଯେ ଚତୁରୀ ନାଳ ଗର୍ଭରେ ଠିକା ନିର୍ମାଣ କରୀ ସଂସ୍ଥା ସରକାରଙ୍କ ଜଳସେଚନ ପ୍ରକଳ୍ପ ଗଢା ହେଉଥିବା ଚେକ ଡ୍ୟାମ ଆଜି ଗୋଟିଏ ଦିନ ମଜୁରିଆର ଅକାଳରେ ଜୀବନ ଚାଲିଯାଇଛି । ଗ୍ରାମର ବୁଦ୍ଧିଜୀବିଙ୍କ କହିବା ମୁତାବକ ସେହି ପ୍ରକଳ୍ପ ଗଢା ହେଉଥିବା ସ୍ଥାନରେ ଠିକା ସଂସ୍ଥା ମେସିନ ଲଗାଇ ବୃହତ୍ ଗଭିର ହ୍ରଦ ସଦୃଶ୍ୟ ନାଳରେ ବିଭିନ୍ନ ସ୍ଥାନରେ ଖନନ କରିଛି । ସେହି ଖନନ ଗଭୀର ଚାରି ପାଶ୍ୱର୍ରେ କୌଣସି ବିପଦପୂର୍ଣ୍ଣ ଥିବା ସୂଚନା ଫଳକ କି ବାରିକେଟର ବ୍ୟବସ୍ଥା ନଥିବାରୁ ଆଜି ମାନସଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଦିନ ମଜୁରିଆ ଭାବେ ମାନସ ପରିବାର ପ୍ରତିପୋଷଣରେ କରିଥାନ୍ତି। ଘରେ ତାଙ୍କର ସ୍ତ୍ରୀ ଆଉ ଦୁଇ ପୁଅ ବଡ ପୁଅ ୧୩ ବର୍ଷ ସାନ ପୁଅ ୯ ବର୍ଷ ବେସାହାରା ହୋଇପଡିଛନ୍ତ। ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସମସ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

masiha

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

Sunil Chandra Nayak

Leave a Comment

error: Content is protected !!