ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ କବି ସମ୍ମିଳନୀ     

 ନବରଙ୍ଗପୁର– ( ମସିହା) ଓଡିଶା ରାଜଭବନର ସଭାଗୃହରେ ଅଖିଳ ଭାରତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇଥିଲେ। ପ୍ରାନ୍ତୀୟ ଅଧ୍ୟକ୍ଷ ନଥମଲ ଚନାନୀ ସ୍ବାଗତ ଭାଷଣ ଦେଇଥିବାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ମିତ୍ତଲ, ମହାମନ୍ତ୍ରୀ ଅଶୋକ ବତ୍ରା ବକ୍ତବ୍ୟ ରଖିଥିଲେ। ଅତିଥି ଭାବରେ ସହ ମହାମନ୍ତ୍ରୀ ମହେଶ କୁମାର ଶର୍ମା, ପି ଡି ଗର୍ଗ, ସଂରକ୍ଷକ ଅଜୟ ଅଗ୍ରୱାଲ, ଗଜାନନ୍ଦ ଶର୍ମା ଯୋଗଦେଇଥିବା ବେଳେ ପ୍ରାନ୍ତୀୟ ମହାମନ୍ତ୍ରୀ ପୁଷ୍ପା ସିଂଘୀ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ ମହାମହିମ ରାଜ୍ୟପାଳ ସମ୍ମାନିତ କରିଥିଲେ। ସଂଗଠନରେ ନିଜ ଯୋଗଦାନ ହେତୁ ୬ ଜଣ କାର୍ଯ୍ଯକର୍ତ୍ତାଙ୍କ ସହ ବିଭିନ୍ନ ବର୍ଗର ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହାମହିମ ରାଜ୍ୟପାଳ। କବି ସମ୍ମିଳନୀକୁ ଅଶୋକ ବତ୍ରା ସଂଚାଳନ କରିଥିବା ବେଳେ କବିତା ପାଠ କରିଥିଲେ ଅର୍ଜୁନ ସିସୋଦିଆ, ସାକ୍ଷୀଗୋପାଳ ପଣ୍ଡା, ରଞ୍ଜନ ମହୁରିଆ, ଅର୍ସନା ଅଗ୍ରୱାଲ, ଶୁଭଶ୍ରୀ ମହାରଣା, ଆଶିଷ ବିଦ୍ଯାର୍ଥି ଓ ଅନ୍ୟମାନେ କବିତା ପାଠ କରିଥିଲେ। ପ୍ରାନ୍ତୀୟ ମିଡିଆ ପ୍ରମୁଖ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଦେଇଥିଲେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଧିରଜ ଅଗ୍ରୱାଲ, ମୟଙ୍କ ଅଗ୍ରୱାଲ, ରୋହିତ ଅଗ୍ରୱାଲ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

masiha

ମୌସୁମୀ ର ଆଗମନ: ଚାଷୀକୁ ମିଳିଲା ଆସ୍ବସ୍ତି

Sunil Chandra Nayak

Leave a Comment

error: Content is protected !!