ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକରୀ ଚଞ୍ଚରାରେ ଅଘଟଣ – ଡୋକରୀ ଦର ଜଳପ୍ରପାତରେ ଗାଧେଇବା ବେଳେ ଅଘଟଣ, ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ ଘଟଣା , ୧୮ ଘଣ୍ଟା ପରେ ଅମନର ଶବ ଉଦ୍ଧାର

କଳାହାଣ୍ଡି ଡୋକରିଚଞ୍ଚରା ଜଳ ପ୍ରପାତରେ ରବିବାର ଦିନ ନିଖୋଜ ଅମନର ଶବ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡ଼ାକ୍ତରଖାନାକୁ ନିଆଯାଇଛି।

ସୂଚନା ଅନୁଯାୟୀ, ଧର୍ମଗଡର ଚାରିଜଣ ଯୁବକ ଭୋଜି କରିବା ପାଇଁ ରବିବାର ଦିନ ଜଳପ୍ରପାତକୁ ଯାଇଥିଲେ। 

ଏହି ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଥିଲା l

ଡୋକରୀ ଦର ଜଳପ୍ରପାତ ରେ ଗାଧେଇବା ବେଳେ ଅଘଟଣ ଘଟିଥିଲା।

 କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା କୁ ବୁଲିବା ପାଇଁ ରବିବାର ଧର୍ମଗଡ଼ ସହରର ୪ ଜଣ ସାଙ୍ଗ ଯାଇଥିଲେ।ବୁଲାବୁଲି କରିବା ଭିତରେ ଡୋକରି ଦର ଜଳପ୍ରପାତ ରେ ୪ ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ପଶିଥିଲେ,ହେଲେ ଡୋକାରୀ ଦରର ଗଭୀର ପାଣିରେ ଗାଧେଇବା ସମୟରେ ହଠାତ ଜଣେ ସାଙ୍ଗ ପାଣି ର ଗଭୀର ଭିତରକୁ ଯାଇ ଆଉ ଆସିବାରେ ସକ୍ଷମ ହୋଇ ପାରିଲା ନାହିଁ, ଅନ୍ୟ ୩ ଜଣ ସାଙ୍ଗ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଖୋଜ ଯୁବକ ହେଉଛନ୍ତି ଧର୍ମଗଡ ସହରର ଔଷଧ ବ୍ୟବସାୟୀ ହରେଶ ଅଗ୍ରୱାଲ ଙ୍କ ପୁଅ ଅମନ ଅଗ୍ରୱାଲ(୨୫) ବୋଲି ଜଣାପଡିଛି। ଅନ୍ୟ ୩ ଜଣ ଯୁବକ ହେଲେ ଧର୍ମଗଡ ର ଅଭିଜିତ ପାଟଯୋଶୀ(୨୬)ଦିପେଶ ଅଗ୍ରୱାଲ(୨୬)ପ୍ରଭୁଦତ୍ତ ବେହେରା (୨୬) ବୋଲି ଜଣାପଡିଛି। ସାଙ୍ଗ ପାଣି ରେ ବୁଡିବା ଦେଖି ଅନ୍ୟ ୩ ଜଣ ସାଙ୍ଗ ସ୍ଥାନୀୟ ଉନ୍ନୟନ କମିଟିର ସଦସ୍ୟ ଙ୍କୁ ଜଣାଇଥିଲେ। ପରେ ଉନ୍ନୟନ କମିଟି ପକ୍ଷରୁ ଆମପାଣି ପୋଲିସ କୁ ଖବର ଦେଇଥିଲେ ପରେ ଘଟଣାସ୍ଥଳ ରେ ଆମପାଣି ପୋଲିସ ଓ କୋକସରା ଦମକଳ ବିଭାଗ ର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଲିଛି।ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ପରେ ମଧ୍ୟ ନିଖୋଜ ଯୁବକ ଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉନ୍ନୟନ କମିଟିର କର୍ମକର୍ତ୍ତା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ,ଦମକଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ରେ ସହଯୋଗ କରିଥିଲେ।

 ଆଜି ସକାଳୁ ଓଡ୍ରାଫ ଟିମ ଆସି ପୁଣିଥରେ ଜଳପ୍ରପାତ ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦିର୍ଘ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି ଯୁବକ ଙ୍କ ମୃତଦେହ। ପରେ କୋକସରା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ଶବ ଅଣାଯାଇଛି।ଘଟଣାସ୍ଥଳରେ ଧର୍ମଗଡ ଉପ ଜିଲ୍ଲାପାଳ କୋକସରା ବ୍ଲକ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟାରେ ପ୍ରାଥମିକ ଶିକ୍ଷକ ସଂଘର ମାନବିକ ସହଯୋଗ

ନବରଙ୍ଗପୁର ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

masiha

ଅଫିସ ଖୋଲା ବାବୁ ବାବୁଆଣୀଙ୍କ ଚେୟାର ଫାଙ୍କା । ଲୋକଙ୍କ ପାଇଁ ସକାଳୁଆ ଅଫିସ ଅଧିକାରୀ ମାନଙ୍କର ଦେଖା ନାହିଁ

Leave a Comment

error: Content is protected !!