ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ବୈଦ୍ୟ ମାନଙ୍କ କର୍ମଶାଳା

ମୟୂରଭଞ୍ଜ- ୨୯/୫ (ମସିହା)ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ,ଭୂବନେଶ୍ବର ଏବଂ ସ୍ବଛ ଅମୃତ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବୈଦ୍ୟ କର୍ମଶାଳା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ସଂପାଦକ ଶ୍ରୀଯୁକ୍ତ ସରୋଜ ଭୂୟାଁ ବୈଦ୍ୟ ମାନଙ୍କ ସାମୁହିକ ବିକାଶ ନିମନ୍ତେ ବହୁବିଧ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବୈଦ୍ୟ ମାନଙ୍କର ବହୁବିଧ ସମସ୍ଯା ଓ ଜୀବିକା ସ୍ବାର୍ଥ ରକ୍ଷା ସହାୟତା ପାଇଁ ତାଙ୍କ ସଂଗଠନ ସବୁବେଳେ ସହଯୋଗର ହାତ ବଢାଇବ ବୋଲି କହିଥିଲେ ।ସେହିଭଳି ସ୍ବଛ ସମୃଦ୍ଧ ଭାରତ ମେନେଜିଂ ଟ୍ରଷ୍ଟି ଭାଗବତ ମହାନ୍ତ ଆଜିର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ୬୩ ଜଣ ଵୈଦ୍ଯ‌ଯୋଗ ଦେବାସହ ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଵୈଦ୍ଯମାନେ ଏକ ବୈଷୟିକ ତାଲିମ କେନ୍ଦ୍ର ଖୋଲାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।ଶେଷରେ ଵୈଦ୍ଯରାଜ ଘାସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

Sunil Chandra Nayak

ଧୋଡ୍ରା ମଣ୍ଡଳସ୍ତରୀୟ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!