ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ବୈଦ୍ୟ ମାନଙ୍କ କର୍ମଶାଳା

ମୟୂରଭଞ୍ଜ- ୨୯/୫ (ମସିହା)ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ,ଭୂବନେଶ୍ବର ଏବଂ ସ୍ବଛ ଅମୃତ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବୈଦ୍ୟ କର୍ମଶାଳା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ସଂପାଦକ ଶ୍ରୀଯୁକ୍ତ ସରୋଜ ଭୂୟାଁ ବୈଦ୍ୟ ମାନଙ୍କ ସାମୁହିକ ବିକାଶ ନିମନ୍ତେ ବହୁବିଧ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବୈଦ୍ୟ ମାନଙ୍କର ବହୁବିଧ ସମସ୍ଯା ଓ ଜୀବିକା ସ୍ବାର୍ଥ ରକ୍ଷା ସହାୟତା ପାଇଁ ତାଙ୍କ ସଂଗଠନ ସବୁବେଳେ ସହଯୋଗର ହାତ ବଢାଇବ ବୋଲି କହିଥିଲେ ।ସେହିଭଳି ସ୍ବଛ ସମୃଦ୍ଧ ଭାରତ ମେନେଜିଂ ଟ୍ରଷ୍ଟି ଭାଗବତ ମହାନ୍ତ ଆଜିର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ୬୩ ଜଣ ଵୈଦ୍ଯ‌ଯୋଗ ଦେବାସହ ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଵୈଦ୍ଯମାନେ ଏକ ବୈଷୟିକ ତାଲିମ କେନ୍ଦ୍ର ଖୋଲାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।ଶେଷରେ ଵୈଦ୍ଯରାଜ ଘାସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାଧାରଣ ବୈଠକ ଅନୁଷ୍ଠିତ

masiha

ଜୁନାଗଡ଼ ହାଇ ସ୍କୁଲ ର ପୁରାତନ ଛାତ୍ର/ଛାତ୍ରୀ କମିଟି ରାଜ୍ୟ ସ୍ତରରେ ପୁରସ୍କୃତ

masiha

ସ୍ଵାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!