ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ଛାତ୍ର ଛାତ୍ରୀଙ୍କ ସଫଳତା

ଭବାନୀପାଟଣା,୩୧।୫ (ମ ନି ସ ) ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ରିଜଲ୍ଟ ସହ ଜିଲ୍ଲାରେ ଉଭୟ ବିଭାଗ ରେ ଟପର ହୋଇଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି ଜିଲ୍ଲାରେ ବିଜ୍ଞାନରେ ପାସ ହାର ୮୮.୯୨ ପ୍ରତିଶତ ହୋଇଥିବା ବେଳେ ବିକାଶ କଲେଜରେ ମୋଟ ୧୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପରୀକ୍ଷା ଫଳ ଆସିଥିବା ବେଳେ ସୁଜିତ କୁମାର ସାହୁ ୯୨.୧୬ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲାର ଟପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗ ରେ ମଧ୍ୟ ଏହି କଲେଜର ୨୭ ଜଣ ପରୀକ୍ଷା ଦେଇ ଶତ ପ୍ରତିଶତ ରିଜଲ୍ଟ କରିଥିବା ବେଳେ ତାନିଷା ବଂଶଲ ୯୨.୬୬ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲର ଟପର ହୋଇଛନ୍ତି. ଛାତ୍ର ଛାତ୍ରୀ ଙ୍କ ଏଭଳି ସଫଳତାରେ କଲେଜର ଅଧ୍ୟକ୍ଷ ଡ଼ି ମୁରଲୀ କ୍ରିଷ୍ଣା, କଲେଜ ର ନିର୍ଦେଶକ ଡ଼ି ଶ୍ୟାମ,ଅନ୍ୟତମ ନିର୍ଦେଶକ ଡ଼ି ରାମ, ଏକାଡେମୀକ ଇନଚାର୍ଜ ଡ଼ି ବିଜୟା,କଲେଜ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ଓ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମୋ ସରକାର ରୂପାନ୍ତର ଯୋଜନା ର ମାନ କୁ ନେଇ ବିଦ୍ୟାଳୟ କମିଟିର ର ପ୍ରଶ୍ନ_ଉତ୍ତର ଦେଉନି ପ୍ରଶାସନ 

ଆସିକା ଉପ-କାରାଗାରରେ ‘ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା’ ଅଭିଯାନ l ଅନ୍ତେବାସୀଙ୍କ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ

Sunil Chandra Nayak

Leave a Comment

error: Content is protected !!