ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ସମିତିର ଏଇ ବାସୁଦେବ ମହାରଣାଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା 

ରୁପ୍ରା, ୩୧/୫ (ମନିସ) : ନର୍ଲା ପଞ୍ଚାୟତ ସମିତିରେ କାର୍ଯ୍ଯରତ ଏଇ ଶ୍ରୀ ବାସୁଦେବ ମହାରଣା ଆଜି ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଆଜି ନର୍ଲା ବ୍ଲକ୍ ସଭାକକ୍ଷରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମ୍ୱର୍ଦ୍ଧନା ସଭାରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ନର୍ଲା ବିଡିଓ ଶ୍ରୀମତୀ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି (ମୁନା) , ଏବିଡିଓ ଶ୍ରୀ ଦେବେନ୍ଦ୍ର ସାମଲ , ଜିପିଇଓ ଶ୍ରୀ କ୍ଷୀତିଶ ଚନ୍ଦ୍ର ନାଏକ, ବଡବାବୁ, ବ୍ଲକ୍ ଅଧିନ ସମସ୍ତ ଯନ୍ତ୍ରୀ ଓ ପଞ୍ଚାୟତ ପିଇଓ ସମେତ ବ୍ଲକ୍ ଅଧିନ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଏଇ ଶ୍ରୀ ମହାରଣାଙ୍କ ଦିର୍ଘାୟୁ କାମନା କରିବା ସହିତ ଆଗାମୀ ଦିନ ଗୁଡିକ ପରିବାର ସଦସ୍ୟଙ୍କ ଗହଣରେ ହସଖୁସି ମଧ୍ୟରେ ବିତାଇବା ପାଇଁ ଭଗବାନଙ୍କ ଠାରେ କାମନା କରିଥିଲେ। ସୂଚନାଯୋଗ୍ୟ ସରକାରଙ୍କ ୫ଟି ଯୋଯନାରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲ ଗୁଡିକର କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ କରାଇ ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ସୃଷ୍ଟି କରିଥିବା ବେଳେ ବ୍ଲକ ଅଧିନ ବିଭିନ୍ନ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ କରାଉଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

masiha

ଧର୍ମଗଡ଼ରେ ସରକାରୀ ସ୍ଵଂୟଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି 

Sunil Chandra Nayak

ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର ଡ୍ରପ ଆଉଟ ଅନ୍ତେବାସୀଙ୍କୁ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଶୁଭେଚ୍ଛା 

Leave a Comment

error: Content is protected !!