ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁହାଳରୁ ମେଣ୍ଢା ଚୋରି, ଥାନାରେ ଏତଲା

ପାପଡାହାଣ୍ଡି ,31/5,ମନିସ :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ଗାଦବା କତରା ପଂଚାୟତ ସ୍ଥିତ ଲକ୍ଷ୍ମଣ ଗାଦବା (30)ଙ୍କ ଘରୁ ମଙ୍ଗଳବାର ରାତିରେ 7ଟି ମେଣ୍ଢା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ,ଲକ୍ଷ୍ମଣ,ତାଙ୍କ ବଡ଼ ଭାଇ ଓ ଦାଦା ଘର ରାତିରେ ଖାଇ ସାରି ଶୋଇଥିଲେ l ରାତି ପ୍ରାୟ 1ଟା ବେଳେ କେହି ଦୁର୍ବୁତ୍ତ ତିନି ଘର ର କବାଟ ଶିକୁଳି ଦେଇ ଘର ବାହାର ଓ ଗୁହାଳ ର ବଲବ କାଢି 7ଟି ଛୋଟ ବଡ଼ ମେଣ୍ଢା ଚୋରି କରି ନେଇଥିଲା l ଲକ୍ଷ୍ମଣ ରାତି ପ୍ରାୟ 2ଟା ବେଳେ ପରିସ୍ରା ପାଇଁ କବାଟ ଖୋଲିବା ରୁ କବାଟ ନ ଖୋଲିବା ରୁ ଡାକ ଛାଡିଥିଲେ l ଅନ୍ୟ ଏକ ଘରୁ ତାଙ୍କ ବାପା କବାଟ ଖୋଲିବାରୁ ମେଣ୍ଢା ଚୋରି ହୋଇଥିବା ଜାଣି ପାରି ଥିଲେ l ଯାହାର ଆନୁମାନିକ ବଜାର ମୂଲ୍ୟ 50ହଜାର ହେବ ବୋଲି କହିଛନ୍ତି ଲକ୍ଷ୍ମଣ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

କଳାହାଣ୍ଡି :ଭିଜିଲାନ୍ସ ଜାଲରେ ଆଟିଗାଁ ପଞ୍ଚାୟତ ଏଡିଇଓ

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

Sunil Chandra Nayak

Leave a Comment

error: Content is protected !!