ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଗରିବଙ୍କ ପାଇଁ ଏକମାତ୍ର ଭରସା ଯୁବ ସମାଜସେବୀ 

ବାଲେଶ୍ଵର,୩୧/୫/୨୩- -ଲୋକଙ୍କ ସାହାରା ପାଲଟୁଛି ଯୁବକଙ୍କ ଟ୍ବିଟ୍‌ । ବହୁ ବଡବଡ ଘଟଣାର ହେଉଛି ସମାଧାନ । ଯେକୌଣସି ସମସ୍ୟା ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡୁନି ସରକାରୀ କାର୍ଯ୍ୟାଳୟଙ୍କୁ । ଲୋକଙ୍କ ସାହାରା ପାଲଟୁଛି ଯୁବକଙ୍କ ଟ୍ବିଟ୍‌ । ବଡବଡ ଘଟଣାର ହେଉଛି ସମାଧାନ । Twitter Boy । ଲୋକଙ୍କ ସାହାରା ପାଲଟୁଛି ଯୁବକଙ୍କ ଟ୍ବିଟ୍‌ । ବହୁ ବଡବଡ ଘଟଣାର ହେଉଛି ସମାଧାନ । ଯେକୌଣସି ସମସ୍ୟା ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡୁନି ସରକାରୀ କାର୍ଯ୍ୟାଳୟ । କେବଳ ଗୋଟିଏ ପୋଷ୍ଟ ହିଁ ସବୁ ସମସ୍ୟାର ସମାଧାନ ହୋଇ ପାରୁଛି । ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଟ୍ଵିଟ୍‌ର ହିଁ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି । ଖାସ୍ ଏଥି ପାଇଁ କିଛି ଲୋକ କେବଳ ସମାଜସେବୀଙ୍କ ଟ୍ବିଟ୍‌ର ଉପରେ ଭରସା କରୁଛନ୍ତି । ଦୀର୍ଘ ଦିନ ଧରି ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରିପାରୁଛନ୍ତି । କେବଳ ବାଲେଶ୍ଵର ଜିଲ୍ଲାର ସିମୁଳିଆ, ଖଇରା, ସୋର, ବାଲେଶ୍ଵର, ଭୋଗରାଇ ବ୍ଲକ୍ ନୁହେଁ ଏପରି ବିଭିନ୍ନ ଜିଲ୍ଲା ମାନଙ୍କରେ ମଧ୍ୟ ସମାଧାନ କରିପାରୁଛନ୍ତି । ଏମିତି ଜଣେ ଟ୍ବିଟ୍‌ର ମ୍ୟାନ୍, ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ଅଜୟ କୁମାର ମହାନ୍ତି । ଟ୍ବିଟ୍‌ର ଜରିଆରେ ଅଜୟ ଆଜିଯାଏ ଏକ ହଜାରରୁ ଅଧିକ ଲୋକଙ୍କ ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣି ସମାଧାନ କରିବାରେ ସଫଳ ହୋଇଛନ୍ତି । ଅଜୟ ବାଙ୍ଗାଲୋରୁ ଠାରେ ଏକ ଘରୋଇ ଡାକ୍ତରଖାନାରେ ଚାକିରି କରିଥିବା ବେଳେ ପ୍ରତିଦିନ କିନ୍ତୁ ଟୁଇଟର ଜରିଆରେ ଲୋକଙ୍କ ସମସ୍ୟା ଦେଖି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଅଜୟ ବାରମ୍ବାର ପୋଷ୍ଟ କରିଥା’ନ୍ତି । ଆଉ ଶେଷରେ ପ୍ରଶାସନ ସମାଧାନ କରିବାକୁ ବାଧ୍ୟ ହୋଇଥାଏ । ବିଶେଷ କରି ଅଗ୍ନିକାଣ୍ଡ, ରାସ୍ତା, ପୋଖରୀରେ ବୁଡି ମୃତ୍ୟୁବରଣ ପରିବାର, ଅସହାୟ ଲୋକ, ଦୁର୍ଘଟଣା, ବାର୍ଦ୍ଧକ୍ୟ ଭତ୍ତା ଆଦି ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାନ୍ତି ଅଜୟ। ଆଉ ସବୁଠାରୁ ବଡ଼ କଥା ହେଲା ଲୋକଙ୍କ ସମସ୍ୟାର ସମାଧାନ ହେଉଥିବାରୁ ଲୋକେ ବି ଅଜୟଙ୍କୁ ଖୋଜିଥାନ୍ତି। ଅଜୟ ଖାଲି ବାଲେଶ୍ବର ଜିଲ୍ଲା ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାର ଯେକୌଣସି ସମସ୍ୟା ତାଙ୍କ ଦୃଷ୍ଟିକୁ ଆସିଲେ ସେ ଟୁଇଟରରେ ପୋଷ୍ଟ କରିବାକୁ ପଛାନ୍ତି ନାହିଁ । ଅଜୟ କହିଛନ୍ତି, ‘ଲୋକଙ୍କ ପାଇଁ କାମ କରିବାକୁ ବହୁତ ଇଛା ଥିଲା । ହେଲେ ବେସରକାରୀ ସଂସ୍ଥାରେ ଚାକିରି କରିଥିବାରୁ ଲୋକଙ୍କ ପାଖରେ ପହଞ୍ଚି କାମ କରିବା ସମ୍ଭବ ହେଉନାହିଁ । ତେଣୁ ପ୍ରତିଦିନ ବିଭିନ୍ନ ଟିଭି ଓ ଖବର କାଗଜ ପଢ଼ିବା ସହିତ ଲୋକଙ୍କ ସମସ୍ୟା ଉପରେ ନଜର ରଖିଥାଏ । ଆଉ ଟ୍ବିଟ୍‌ର ଜରିଆରେ ଏହାକୁ ପୋଷ୍ଟ କରିଥାଏ । ଆଉ ଏହାପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଗଲା ଶୁଣି ବହୁତ ଖୁସି ଲାଗେ ବୋଲି କହିଛନ୍ତି । ତେଣୁ ଲୋକଙ୍କ କିଛି ସମସ୍ୟାର ସମାଧାନ ଯଦି ମୋ ଦ୍ବାରା ସମ୍ଭବ ହୋଇ ପାରୁଛି, ତାହେଲେ ଏହାଠୁ ବଡ଼ କଥା ମୋ ପାଇଁ କିଛି ନାହିଁ ବୋଲି ସେ କହିଛନ୍ତି । ଟ୍ବିଟ୍‌ର ଦ୍ବାରା ହିଁ ଜିଲ୍ଲାଠୁ ନେଇ ରାଜ୍ୟ ବିଭାଗୀୟ ମୁଖ୍ୟ ଏକାସାଙ୍ଗରେ ସମସ୍ୟାର ଦୃଷ୍ଟି ଆକର୍ଷଣ କରିହୁଏ ବୋଲି ଅଜୟ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରେ କୋକସରା ରାଜସ୍ୱ କର୍ମଚାରୀ

masiha

ରଞ୍ଜୁଲତା ପାଢୀଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

ମିରାବାଲି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!