ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡ଼ିକାଲ କର୍ମଚାରୀଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୧/୫- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟରେ କାର୍ଯ୍ୟରତ ପରିସଂଖ୍ୟନ ସହାୟକ ଶ୍ୟାମ ସୁନ୍ଦର ସାହୁଙ୍କୁ ବୁଧବାର କୋକସରା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡାକ୍ତର ମାନବେଶ ମହାପାତ୍ର, ଡ଼.ଅଭିଷେକ ବେହେରା, ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଫାର୍ମାସିଷ୍ଟ ସୁଧୀର କୁମାର ଧ. ମାଝୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା ନର୍ସିଂ , ଏଏନଏମ କର୍ମଚାରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ନିଷ୍ଠାପର ଭାବେ ଶ୍ରୀ ସାହୁ ନିଜର କାର୍ଯ୍ୟ ଭାର ସୁଚାରୁ ରୂପେ ତୁଲାଇ ଥିବା ବେଳେ ଜଣେ କର୍ମଠ କର୍ମଚାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର କର୍ମମୟ ଜୀବନ ଅବସରରେ ସୁସ୍ଥ ଓ ନିରାମୟ ଜୀବନର କାମନା ସହ ସହକର୍ମୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ସିନାପାଲିରେ ଏବେ ଵି କଵି ବଞ୍ଚିଛନ୍ତି –  ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ରାଜ୍ୟ ସ୍ତରୀୟ ସ୍ବଭାବକବି ଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!