ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବଳରାମ ଯୋଜନାରେ ଚାଷିଙ୍କୁ ଋଣ ଵଣ୍ଟନ ମେଳା

କୋକସରା,୩୧/୦୫ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ବଳରାମ ମାସ ପାଳନ ଋଣ ବଣ୍ଟନ ମେଳା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପକ୍ଷରୁ ଭୁମିହୀନ ଚାଷିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବେଳେ ବିଭିନ୍ନ ସମବାୟ ସମିତି ଅଧୀନରେ ଥିବା ଭୁମିହୀନ ଚାଷିଙ୍କୁ ଏହି ଋଣ ପ୍ରଦାନ କରାଯାଉଛି। ବୁଧବାର କୋକସରା କେନ୍ଦ୍ର ସମବାୟ ସମିତିର ଅଧୀନରେ ଥିବା କୋକସରା ବ୍ଲକର ବିଭିନ୍ନ ପେକ୍ସ ଅଧୀନରେ ରହିଥିବା ୬ ଟି ଗ୍ରୁପ ମାଧ୍ୟମରେ ଥିବା ଚାଷିଙ୍କୁ ବଳରାମ ଯୋଜନାରେ ଋଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧ. ମାଝୀ, ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ, କୋକସରା ଓ ଲଡୁଗାଁ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର, ଆକ୍ସିସ ବ୍ୟାଙ୍କ ମ୍ୟାନେଜର, ସମବାୟ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ବିକାଶ ପଣ୍ଡା, ରଞ୍ଜନ ପାଣିଗ୍ରାହୀ, କ୍ଷମାନିଧି ବାଗ, ପଦ୍ମନ ବାଗ, ଓଏଲଏମ ସହାୟକ ସୁରେଶ ରାଉତ, କୃଷି ବିଭାଗର ଅଧିକାରୀ, କର୍ମଚାରୀ ଓ ଚାଷି ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଟାଟା ପାଓ୍ଵାର ର କର୍ମଚାରୀ ଛଟେଇ ମାରଣ ନେଇ କୁଡୁମି ଭବନ ପରିସରରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ବୈଠକ

ପୁଣି ଚମକାଇ ଦେଲେ ଝିଅ ବନିତା

masiha

କୌଶିକ ବାବା +3 ମହାବିଦ୍ୟାଳୟରେ “ବିଶ୍ୱ ଏଡ଼ସ୍ ଦିବସ” ପାଳିତ

masiha

Leave a Comment

error: Content is protected !!