ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ନବରଙ୍ଗପୁର—(ମସିହା)୦୧.୬.୨୦୨୩ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ର କାର୍ଯ୍ୟକ୍ରମ ଗତକାଲି ସମ୍ପୂର୍ଣ୍ଣ ହେବା ପରେ,ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ଠାରୁ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁର ର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଏବଂ ଆବାହକ ଏମ ବାଲାକ୍ରିଷ୍ଣା ଙ୍କ ନେତୃତ୍ଵରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିଲା ll ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅମଲା ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ବେଳେ ମାଟ୍ରିକ ହାରରେ ଦରମା ମିଲୁଛି l ଫଳରେ ଦୀର୍ଘଦିନ ହେଲା ଅମଲା ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଲାଗି ରହିଥିଲା l ପ୍ରକାଶ ଥାଉକି ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ଅମଲା ସଂଘ ପକ୍ଷରୁ ପୂର୍ବରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ରାଜ୍ୟ ସରକାର ଅମଲା ମାନଙ୍କ ଦାବୀକୁ ଅଣଦେଖା କରି ଆସିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତଥା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ସଭ୍ୟ ତ୍ରିପତି ବାଲାଜୀ ସାହୁ , ଅରୁଣ କୁମାର ରଥ, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ,ଆଶୁତୋଷ ମହାନ୍ତି, କବିତା ବ୍ରହ୍ମା, ଆକାଶ ଗଣ୍ଡ , ସୁଧାଂଶୁ ମିଶ୍ର, ସୂରଜ କୁମାର ସ୍ଵାଇଁ, ବବିତା ପଟନାୟକ,ସାହିଦ ଅକତାର, ରଞ୍ଜିତ ଷଡଙ୍ଗୀ, ଏ ପ୍ରଶାନ୍ତି, ମବିନା ସୁଲତାନ, ମୈଥିଳୀ ପଟ୍ଟନାୟକ, ପି ଅନୁରାଧା ପାତ୍ର, ସୁନିତା ମହାରଣା, ରଶ୍ମିତା ପାଢି, ସସ୍ମିତା ନାୟକ, ଧନୁର୍ଜୟ ମାଝି, ସ୍ନେହାଶିଷ ଦାସ, ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଟ୍ରକର ପଛକୁ ପିଟିଲା ଟ୍ରକ: ଚାଳକ ଗୁରୁତର

masiha

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନିକଟରୁ ସବ ରେଜେଷ୍ଟ୍ରି ଅଫିସ ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

masiha

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ସମର୍ପଣ” ପତ୍ରିକା ଉନ୍ମୋଚିତ , ଉପାନ୍ତ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ପରିଭାଷା ସମର୍ପଣ 

Sunil Chandra Nayak

Leave a Comment

error: Content is protected !!