ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାପା ହତ୍ୟାକାରୀ ପୁଅର ଆତ୍ମହତ୍ୟା,ଏକ ନାଳରୁ ଉଦ୍ଧାର ହେଲା ଶବ

ନର୍ଲା ବ୍ଳକ ଅନ୍ତର୍ଗତ  କୁରମେଲ ଗ୍ରାମରେ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ନବ କିଶୋର ମାଝୀ ଙ୍କୁ ନିଜ ପୁଅ ପୁରୁଷୋତ୍ତମ ମାଝୀ ଟାଙ୍ଗିଆରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି କରୁଥିଲା । ତେବେ ଘଟଣାର ଗୋଟିଏ ଦିନ ପରେ ଗୁରୁବାର ଦିବା ୧୨ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଂଚାୟତର ବୋରିଙ୍ଗପଦର ଗ୍ରାମ ନିକଟରେ ଥିବା ନାଳରୁ ଏକ ମୃତ ଯୁବକଙ୍କ ଶବ ଭାସୁଥିବା ଗାଆଁ ଲୋକେ ଦେଖିଥିଲେ।ପରେ ନର୍ଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା ଓ ଉକ୍ତ ମୃତ ଯୁବକ ପୁରୁଷୋତ୍ତମ ମାଝୀ ବୋଲି ଜଣାପଡିଥିଲା। ଏଠାରେ ଅଭିଯୁକ୍ତ ନିଜର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି । ଏହି ଘଟଣାକୁ ନେଇ ଏକ ସନ୍ଧ।ନୀ କୁକୁର ସହିତ ନର୍ଲା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ନର୍ଲାରୁ ଦୀପକ ଠାକୁର ଓ ପ୍ରଦୀପ କୁମାର ଗଉଡଙ୍କ ରିପୋର୍ଟ ମସୀହା 

Related posts

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୨ର କଲେଜ ରୋଡ୍ ସ୍ଥିତ ସ୍ବର୍ଗତ ପଦନ ବେହେରାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା

Sunil Chandra Nayak

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ

Sunil Chandra Nayak

Leave a Comment

error: Content is protected !!