ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ । ଭୁବନେଶ୍ୱରସ୍ଥିତ ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର “ଟ୍ୱିନ୍ସ” ର ଅଡିଓ ଲୋକାର୍ପିତ ହୋଇଯାଇଛି l ଏହି ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ରାଶେଷ ମହାନ୍ତି, ଲେଖକ ସାତ୍ୟକୀ କୁଣ୍ଡୁ, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ l

ଚଳଚ୍ଚିତ୍ର ଟ୍ୱିନ୍ସ ରେ ଦର୍ଶକ ଦେଖିବେ ଚୁଲବୁଲି ଅଭିନେତ୍ରୀ ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ନୂଆ ଯୋଡି l

 ଟ୍ଵିନ୍ସ ଅର୍ଥାତ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀ l ପାରମ୍ପରିକ କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ମଜାଦାର । ଜଣେ ଭଉଣୀ ସାଧାରଣ ଗୃହିଣୀ ହୋଇଥିବା ବେଳେ ଆଉ ଜଣେ ଭଉଣୀ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ । ନିର୍ଦ୍ଦେଶକ ରାଶେଷ ମହାନ୍ତି ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’ । ଚଳଚ୍ଚିତ୍ର ରେ ଚୁଲବୁଲି ନାୟିକା ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶ ଙ୍କ ସମେତ ସନ୍ତୋଷ ଦାଶ, କୀର୍ତ୍ତି ମହାନ୍ତି ଏବଂ ଲତାସା ନଜର ଆସିବେ l 

ଏସ୍‌ପିପି ପ୍ରଡକ୍ସନ ବ୍ୟାନର ନିର୍ମିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’ l ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ଷ୍ଟାଇଲିସ୍ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ସ୍ଵର ଦେଇଛନ୍ତି ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧରୀ ଓ ଶିଶୁ କଣ୍ଠଶିଳ୍ପୀ ସୁଦୀପ୍ତା ବିନ୍ଧାଣୀ । ଫିଲ୍ମର ‘ଆଇ ଲଭ୍ ୟୁ ପ୍ରିୟା…’ ଗୀତ ଟି ସ୍ୱୟଂ ପାଢ଼ୀ ଏବଂ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି l ‘ସଣ୍ଡେ ଫଣ୍ଡେ’.. ଗୀତ ଟି ଅର୍ପିତା ଚୌଧୁରୀ ସୋଲୋ ଗାଇଛନ୍ତି l ଏହା ସହିତ ଚଳଚ୍ଚିତ୍ରରେ ଏକ ଫ୍ୟାମିଲି ଗୀତ ରହିଛି ଯାହାକୁ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ, ଲିପ୍ସା ମହାପାତ୍ର ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ଗାଇଛନ୍ତି l ସମସ୍ତ ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଦାବି କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସମସ୍ତ ଲେଖିଛନ୍ତି ଗୀତିକାର ସୂର୍ଯ୍ୟ ମହାପାତ୍ର । ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ସାତ୍ୟକି କୁଣ୍ଡୁ ।

ଆଭା ଓ ଆରତୀ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀକୁ ନେଇ ତିଆରି ହୋଇଛି ‘ଟ୍ଵିନ୍ସ’ । ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଭା ଜଣେ ସଂସାର ରୂପୀ ସମୁଦ୍ର ଭିତରେ ଉବୁଟୁବୁ ହେଉଥିବା ବେଳେ ଆରତୀ ଜଣେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ଜଣେ ପ୍ରୋଜେକ୍ଟ ମ୍ଯାନେଜର । ଆଭା ନିଜ ପୁଅ ପାଠପଢା ପାଇଁ ଚିନ୍ତିତ ଥିଲା ବେଳେ ଆରତୀ ଚିନ୍ତିତ ହୋଇଛି ନିଜର ଏକ ସଂସାର କରିବା ପାଇଁ । ସମୟ କାଳକ୍ରମେ ଦୁଇ ଭଉଣୀ ଭେଟ ହୋଇଛନ୍ତି କିନ୍ତୁ ଆଗକୁ ଦୁଇ ଭଉଣୀ କଣ ନିଜ ନିଜର ସ୍ବପ୍ନ ପୂରଣ କରିପାରୁଛନ୍ତି ? କଣ ଘଟୁଛି ଦୁଇ ଭଉଣୀଙ୍କ ମଧ୍ୟରେ ? କଣ କେହି କାହାର ସାହାଯ୍ୟ ନେଉଛନ୍ତି ନା କିଛି ଅସୁବିଧା ଘଟୁଛି ସେମାନଙ୍କ ସହ ? ଏମିତି ବହୁତ କିଛି ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ l ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ ଏହି ଫିଲ୍ମଟି ନାରୀର ବିଭିନ୍ନ ରୂପକୁ ବହୁତ ସୁନ୍ଦର ଭାବରେ ଦେଖାଇଛି ଓ ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ମୋର ଯଥେଷ୍ଟ ଭରସା ଅଛି ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

Sunil Chandra Nayak

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!