ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର

ଲାଞ୍ଜିଗଡ଼,୦୧/୦୬(ମନିସ)-ଖବର ସଂଗ୍ରହ କରିବାକୁ ଯାଇ ନିଜ ଏକ୍ସପ୍ରେସୋ କାରରେ ଫେରୁଥିବାବେଳେ ଅନ୍ୟ ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ, ନକ୍ଷତ୍ର ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ ! ଆଜି ଦିନବେଳେ ଶ୍ରୀ ସାହୁ ନିଜ କାର୍ ନେଇ ଖବର ସଂଗ୍ରହ କରିବାକୁ ଯାଇ ଲାଞ୍ଜିଗଡ଼ ପଟୁ ଫେରୁଥିଲେ ! ଏଇ ସମୟରେ ବିଶ୍ବନାଥପୁର ହସ୍ପିଟାଲ ଛକ ନିକଟରେ ଗୋଟିଏ ଗାଡ଼ି ହଠାତ୍ ସାମ୍ନା ପଟୁ ଚାଲି ଆସିବାରୁ ଭାରସାମ୍ୟ ହରାଇ ଶ୍ରୀ ସାହୁଙ୍କ କାର୍ ରାସ୍ତାକଡ଼ରେ ଥିବା ଏକ ତେନ୍ତୁଳି ଗଛରେ ପିଟି ହୋଇଯାଇଥିଲା ! ଏଇ ଦୁର୍ଘଟଣାରେ କାରର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାବେଳେ ଗୁରୁତର ଭାବେ ଶ୍ରୀ ସାହୁଙ୍କୁ ପ୍ରଥମେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ! ତାଙ୍କ ଦୁର୍ଘଟଣା ଖବର ପାଇବା ପରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ଓ ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ୍ ପକ୍ଷରୁ ଦୁଃଖ ବ୍ୟକ୍ତ କରାଯିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଗୋଟିଏ ମଞ୍ଚରେ ମାଆ ପୁଅଙ୍କ ସ୍ମୁତିଶ୍ରଦ୍ଧାଞ୍ଜଳି ସଭା  

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!