ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ 

ମୟୂରଭଞ୍ଜ -୨/୬/ (ମସିହା) ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ବ କଲ୍ୟାଣ ସେବା ଟ୍ରଷ୍ଟ ଦ୍ଵାରା ଦିଆଯାଇଥିବା ମୟୂରଭଂଜ ଜିଲ୍ଲାକୁ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ଗୁରୁବାର ଦିନ ସବୁଜ ପତକା ହଲାଇ ଶୁଭ ଉଦଘାଟିତ ହେବା ସହ ଲୋକାର୍ପିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ବିଶାଳ ମୟୂରଭଞ୍ଜ ଭୂଖଣ୍ଡର ଦୁର୍ଗମ ଇଲାକାରେ ବସବାସ କରୁଥିବା ନିରିହ ଆଦିବାସୀ ଯେଉଁଠି ସ୍ବାସ୍ଯ ସେବା ଅପହଞ୍ଚ ସେଠାକାର ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏହା ଉଦ୍ଧିଷ୍ଟ । ଏହା ଭ୍ରାମ୍ୟମାଣ ହୋଇଥିବାରୁ ତୁରନ୍ତ ଅସୁବିଧା ଥିବା ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇବ ।ଏହି ଆମ୍ବୁଲାନ୍ସୟରେ ଡାକ୍ତର,ଫାର୍ମାସିଷ୍ଟ,ଅକ୍ସିଜେନ ଏବଂ ଅତ୍ୟାଧୁନିକ ଉପକରଣ ରହିଛି ।ଗମ୍ଭୀର ଅବସ୍ଥାରେ ରୋଗୀଙ୍କୁ ତୁରନ୍ତ ଆଶୁ ଚିକିତ୍ସା କରାଇ ନିକଟସ୍ଥ ହସ୍ପିଟାଲକୁ ପହଞ୍ଚାଇବାରେ ଏହା ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ବ କଲ୍ୟାଣ ସେବା ଟ୍ରଷ୍ଟରେ ଅଧ୍ୟକ୍ଷ ସ୍ବାମୀ ରୁପ କୁମାର ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ , ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ରାଇରଙ୍ଗପୁର ଏସଡିଏମଓ ଡାକ୍ତର ପ୍ରମୋଦ ସାହୁ,ଡାକ୍ତର ମନୀଷ ଝା, ଆଦିବାସୀଙ୍କ ଦ୍ବାରା ରାଜ୍ୟ ବିଜେପି କାର୍ଯ୍ଯ କାରିଣୀ ସଦସ୍ୟ ସଂଜିବ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ଙ୍କ ସମେତ ବିଜେପିର ବରିଷ୍ଠ ନେତୃଵୃନ୍ଦ ସାମିଲ ହୋଇଥିଲେ ।ଦୁଇଟି ଆମ୍ବୁଲାନ୍ସରୁ ଗୋଟିଏ ବାରିପଦାରେ ଏବଂ ଅନ୍ୟଟି ରାଇରଙ୍ଗପୁରରେ ରହିବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

Leave a Comment

error: Content is protected !!