ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

କୋକସରା,୪/୬- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନରେ ଥିବା ଧର୍ମଗଡ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନ କୂଟରୁ ବିଟର ପ୍ରାୟ ୫ ଏକଡ଼ ଜଙ୍ଗଲକୁ କାଟିବା ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଶୁକ୍ରବାର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ କାଟୁଥିବା ସମୟରେ ଫରେଷ୍ଟ ଟିମ ଚଡାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଅଭିଯୁକ୍ତ ହେଉଛି ପଡୋଶୀ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଞ୍ଚଳର ମଙ୍ଗଟିଆ ହରିଜନ(୪୦) । ଶନିବାର ଅଭିଯୁକ୍ତ ମଙ୍ଗଟିଆ ହରିଜନକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ସହ ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର, ରାଜେନ୍ଦ୍ର ନାଏକ, ଗାୟତ୍ରୀ ନାଏକ ଓ ପାରା ଫରେଷ୍ଟ କର୍ମଚାରୀ ସାମିଲ ରହିଥିଲେ। ଏନେଇ ଧର୍ମଗଡ ରେଞ୍ଜ କେଶ ନମ୍ବର ୨୯/୨୩ ରେ ମାମଲା ରୁଜୁ ହୋଇଥିବା ନେଇ ଫରେଷ୍ଟର ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ:ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

Sunil Chandra Nayak

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ: ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର: ପୋଲିସ ର ଛାନବିନ ଆରମ୍ଭ

masiha

Leave a Comment

error: Content is protected !!