ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

କୋକସରା,୪/୬- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନରେ ଥିବା ଧର୍ମଗଡ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନ କୂଟରୁ ବିଟର ପ୍ରାୟ ୫ ଏକଡ଼ ଜଙ୍ଗଲକୁ କାଟିବା ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଶୁକ୍ରବାର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ କାଟୁଥିବା ସମୟରେ ଫରେଷ୍ଟ ଟିମ ଚଡାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଅଭିଯୁକ୍ତ ହେଉଛି ପଡୋଶୀ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଞ୍ଚଳର ମଙ୍ଗଟିଆ ହରିଜନ(୪୦) । ଶନିବାର ଅଭିଯୁକ୍ତ ମଙ୍ଗଟିଆ ହରିଜନକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ସହ ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର, ରାଜେନ୍ଦ୍ର ନାଏକ, ଗାୟତ୍ରୀ ନାଏକ ଓ ପାରା ଫରେଷ୍ଟ କର୍ମଚାରୀ ସାମିଲ ରହିଥିଲେ। ଏନେଇ ଧର୍ମଗଡ ରେଞ୍ଜ କେଶ ନମ୍ବର ୨୯/୨୩ ରେ ମାମଲା ରୁଜୁ ହୋଇଥିବା ନେଇ ଫରେଷ୍ଟର ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ବିଶୋଇ ଅଂଚଳରେ ଟ୍ରାନ୍ସଫର୍ମର ତାର ଚୋରୀ ମାମଲାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

Sunil Chandra Nayak

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

Leave a Comment

error: Content is protected !!