ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା: ପ୍ରକୃତ ମାଲିକଙ୍କୁ ଫେରିଲା ୬୧ଟି ସ୍ମାର୍ଟଫୋନ୍

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା: ପ୍ରକୃତ ମାଲିକଙ୍କୁ ଫେରିଲା ୬୧ଟି ସ୍ମାର୍ଟଫୋନ୍

ହିଞ୍ଜିଳିକାଟୁ, ୨୮/୭ ହଜିଯାଇଥିବା ମୋବାଇଲ ଫୋନ୍‌କୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦେବା ଉଦ୍ଦେଶ୍ୟରେ ହିଞ୍ଜିଳି ଥାନା ପରିସରରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୬୧ଟି ସ୍ମାର୍ଟଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ (SDPO) ସୌରଭ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ହଜିଯାଇଥିବା ମୋବାଇଲ ଫୋନ୍‌ଗୁଡ଼ିକୁ ପୋଲିସର ନିରନ୍ତର ପ୍ରୟାସରେ ଚିହ୍ନଟ କରାଯାଇ ସଫଳତାର ସହ ଉଦ୍ଧାର କରାଯାଇଥିଲା। ପରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ସମ୍ପୃକ୍ତ ପ୍ରକୃତ ମାଲିକଙ୍କ ହାତରେ ମୋବାଇଲଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ହଜିଯାଇଥିବା ମୋବାଇଲ ପୁଣି ଫେରି ପାଇଥିବାରୁ ଉପଭୋକ୍ତାମାନେ ହିଞ୍ଜିଳି ପୋଲିସକୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଏସଡିପିଓ ଶ୍ରୀ ପ୍ରଧାନ କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ବ୍ୟାଙ୍କିଙ୍ଗ, ସରକାରୀ ସେବା, ଶିକ୍ଷା, ବ୍ୟବସାୟ ଓ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ତେଣୁ ମୋବାଇଲ ବ୍ୟବହାର ସମୟରେ ସତର୍କ ରହିବା, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ସଚେତନ ହେବା ଏବଂ ମୋବାଇଲ ହଜିଗଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ, ପାଟପୁର, କୋଦଳା, ଶେରଗଡ଼ ସମେତ ଉପଖଣ୍ଡର ବିଭିନ୍ନ ଥାନାର ଆଇଆଇସି ଓ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି ପାଇବା ସହ ସେବାମୂଳକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ମୋବାଇଲ ଫେରସ୍ତ ମେଳା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଚର୍ଚ୍ଚା ବିଷୟ ପାଲଟିଛି ।

Related posts

ଟାଙ୍ଗିଆରେ ଆକ୍ରମଣ କରି ଜଣେ ଗିରଫ 

masiha

ତୁମୁସିଙ୍ଗା ଅଞ୍ଚଳରେ କଳା ପଲସର ଆତଙ୍କ ! ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୮୦,୦୦୦ ଟଙ୍କା ଲୁଟ

Sunil Chandra Nayak

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ , ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

masiha

Leave a Comment

error: Content is protected !!