ସାହିତ୍ୟ ଅଗଣାଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା = ରେଳ ଦୁର୍ଘଟଣା by Sunil Chandra NayakJune 4, 2023075 Share2 ରେଳ ଦୁର୍ଘଟଣା ଉପେନ୍ଦ୍ର କୁମାର ବସ୍ତିଆ ଦଇବ ଭାବନା ମଣିଷ ଭାବନା ହୋଇଥାଏ ଅସମତା ଆଜି ହସୁଥିବା ସୁନାର ସଂସାର କାଲି ହୁଅଇ ଅନ୍ୟଥା । ନୀୟତିର ଖେଳ ମଣିଷର କାଳ ହୋଇଥାଏ ଆକସ୍ମିକ ମନୁଷ୍ୟ ଜୀବନ କାକର ସମାନ ଶୁଣି ଲାଗେ ହତବାକ । କାଳ ରାତି ଥିଲା କାଳ ସରିଗଲା ନ ପାରିଲେ ଘର ଯାଇ ମରଣ ଶଯ୍ୟାରେ ମରିକେ ଶୋଇଲେ କାହା ଅଙ୍ଗ ଆଉ ନାହିଁ । ଦୁର୍ଘଟଣା ସ୍ଥଳ ଦେଖିଲେ ବ୍ୟାକୁଳ ହୃଦ ପଡ଼ଇ ବିଦାରି ରକତ ନଈରେ ଭାସୁଛି ଶରୀର କିଏ ହରାଇଛି ଶିରି । ଅନୁକମ୍ପା ରାଶି ଦେଲେ କି ହୋଇବ କୋଳକୁ ଆସିବ ଫେରି କାନ୍ଦୁଛି ବିକଳେ ଜନନୀ ସେ ପାଖେ ହେଉଥାଏ ବକୁ ଚିରି । ଦେଖୁ ହେଉନାହିଁ ସହି ହେଉନାହିଁ ଯମ କି ଦାରୁଣ ସତେ ନାରକୀୟ କାଣ୍ଡ ଭିଆଇ ଦେଇଛି ଭୁଲି ହେଉନି ପରତେ । ଦୁଇ ହଜାର ତେଇଶି ଦୁର୍ଘଟଣା ଥରାଇ ଦେଲା ଏ ଧରା କାହିଁକି ଘଟିଲା କିପରି ଘଟିଲା ଦୋଷୀଙ୍କୁ କରନ୍ତୁ ଜେରା । ଜଗତର ନାଥ ଜୟ ଜଗନ୍ନାଥ ପ୍ରଣତି ବାଢୁଛି ଏହି ସାହାସ ଶକତି ଧର୍ଯ୍ୟ ଭରି ଦିଅ ବିପଦକୁ ଯା “ନ୍ତ୍ତୁ ସେହି । ରାଉରକେଲା