ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଦ୍ଵନ୍ଦରେ କୁନି ସାହୁ ହେଲେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା

କର୍ଲାମୁଣ୍ଡା (ସୁଶାନ୍ତ ରଣା): ଶନିବାର ରାଜ୍ୟର ବିଭିନ୍ନ ବ୍ଲକ ରେ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେହିପରି କର୍ଲାମୁଣ୍ଡା ବ୍ଲକରେ ବ୍ଲକ ଅଧ୍ୟକ୍ଷା ଆସନ ଅଣ ସଂରକ୍ଷିତ ବର୍ଗର ମହିଳାଙ୍କ ପାଇଁ ରହିଥିବା ବେଳେ ଗଜବାହଲ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀ କୁନି ସାହୁ ନିର୍ଦ୍ୱନ୍ଦରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ବ୍ଲକର ୧୨ ଜଣ ସମିତି ସଭ୍ୟ/ସଭ୍ୟା ମାନଙ୍କ ମଧ୍ୟରୁ ୧୦ ଜଣ ଉପସ୍ଥିତ ଥିବା ବେଳେ ୨ ଜଣ ଅନୁପସ୍ଥିତ ରହିଥିଲେ l ଶ୍ରୀମତୀ କୁନି ସାହୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀନୀ ଭାବେ ନାମାଙ୍କନ ଦାଖଲ କରିଥିଲେ l ଅନ୍ୟ କେହି ପ୍ରତିଦ୍ବନ୍ଦିତା କରି ନ ଥିବାରୁ ଶ୍ରୀମତୀ ସାହୁଙ୍କୁ ବିଜୟୀ ଘୋଷଣା କରାଯାଇ ଥିଲା l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ସଚେତନତା ହିଁ ଦେବ ଶିଶୁଙ୍କୁ ସୁରକ୍ଷା

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଶିଶିର ବିନ୍ଦୁ

Sunil Chandra Nayak

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

Leave a Comment

error: Content is protected !!