ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ;ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ସୁବାଷିତ ଜଳରେ ସ୍ନାନ କଲେ ମହାପ୍ରଭୁ

ମୟୂରଭଞ୍ଜ -୪/୬ (ମସିହା)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦୀନ ବ୍ୟାପୀ ପତିତପାବନ ରଥ ଯାତ୍ରାର ଆଦ୍ୟ ପର୍ବ ହେଉଛି ଦେବସ୍ନାନ ପୂର୍ଣ୍ଣିମା । ଜଗନ୍ନାଥ ମହାପ୍ରଭୁଙ୍କ ଦ୍ଵାଦଶ ଟି ଯାତ୍ରା ମଧ୍ୟରୁ ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ଅନନ୍ଯ ଅଟେ ।ଏହି ଦିବସରେ ମହାପ୍ରଭୁ ଜଗନ୍ନାଥ ଜନ୍ମ ଗ୍ରହଣ କରିଥିଲେ । ରାଇରଙ୍ଗପୁର ରଥଯାତ୍ରାର ପ୍ରଥମ ଏକଆଦ୍ୟ ପର୍ବ ୩୪ ତମ ସ୍ନାନ ମହୋତ୍ସବ ମହା ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ରାତିରେ ସ୍ନାନ ମଣ୍ଡପରେ ଅଧୀବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ନୀତି କାନ୍ତି ଅନୁସାରେ ମନ୍ଦିର କୂଅରୁ ରୁ ୧୦୮ ଘଟ ଜଳ ଅଣାଯାଇ ଅଧିବାସ ଗୃହରେ ଅବସ୍ଥାପିତ କରାଯାଇଥିଲା ।ଆଜି ସକାଳେ ଅଧିବାସ କର୍ମରେ ଠାକୁରଙ୍କ ରୀତିନୀତି କାର୍ଯ୍ୟକ୍ରମ ମୁଖ୍ୟ ପୂଜକ ଦେବବ୍ରତ ରଥମହାପାତ୍ରଙ୍କ ଦ୍ବାରା ସଂପନ୍ନ ହୋଇଥିଲା ପ୍ରାତଃ ପୂଜା, ସୂର୍ଯ୍ୟ ପୂଜା,ମଇଲମ, ଦ୍ଵାରପାଳ ପୂଜା ଏବଂ ଅନ୍ୟାନ୍ୟ ପୂଜା ଠିକ ସମୟରେ ସଂପନ୍ନ ହୋଇଥିଲା । ରଥ କମିଟି ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଠାକୁରଙ୍କୁ ପୁଜାର୍ଚନାପରେ ପୂଜକ ତାଙ୍କୁ ଠାକୁରଙ୍କ ଦଣ୍ଡ ଦେଇଥିଲେ ।ପରେ ଶ୍ରୀ ଜୀଉମାନଙ୍କୁ ଟାହିଆ ପିନ୍ଧାଇ ଗୋଟି ପହଣ୍ଡିରେ ଭକ୍ତଙ୍କ ଘଣ୍ଟା,ମାଦଳ,ଶଙ୍ଖଧ୍ବନୀ, ହୁଳହୁଳିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ପୂଜକ ମାନେ ପୂଜାର୍ଚ୍ଚନା କରିଥିବାବେଳେ କର୍ତ୍ତା ଶୋଭନ ମହାପାତ୍ର ଏବଂ ତାଙ୍କ ସହ ଧର୍ମିଣୀ ପୂଜାରେ ବସିଥିଲେ । ପୂଜାପରେ ୧୧.୩୦/୧୨ ଟା ସମୟରେ ବହୁ ଆକର୍ଷଣ ଦେବ ସ୍ନାନ ଉତ୍ସବ ଆରମ୍ଭ ହୋଇଥିଲା ୧୦୮ ଘଟ ମଧ୍ୟରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଅଭିଷେକ ପାଇଁ ୩୫ ଘଟ, ବଳଭଦ୍ରଙ୍କ ପାଇଁ ୩୩ ଘଟ, ସୁଭଦ୍ରାଙ୍କ ପାଇଁ ୨୨ ଘଟ ଏବଂ ସୁଦର୍ଶନଙ୍କ ପାଇଁ ୧୮ ଘଟ ସୁବାସିତ ଜଳରେ ଠାକୁରଙ୍କ ଶିର,ମୁଖ ଏବଂ ସର୍ବାଙ୍ଗରେ ଧୀରେ ଧୀରେ ଜଳ ଲାଗି କରାଯାଇଥିଲା ।ପରେ ଠାକୁରମାନଙ୍କୁ ଦିବ୍ଯବସ୍ତ୍ର ଏବଂ ଦୟଣା ଫୁଲମାଳରେ ଶୋଭିତ କରା‌ଯାଇଥିଲା ।ଶ୍ରିଜୀଉଙ୍କ ଏହି ଦିବ୍ୟ ସ୍ନାନ ଦେଖିବାକୁ ଶହ ଶହ ଭକ୍ତ ପ୍ରବଳ ତାତି ଓ ଗ୍ରୀଷ୍ମ ପ୍ରଵାହକୁ ଖାତିର ନ କରି ଅପେକ୍ଷା କରି ଆଶୀର୍ବାଦ ନେଇଥିଲେ । ସମଗ୍ର ଅଂଚଳ ଶଙ୍ଖ , ହୁଳହୁଳି ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଅଂଚଳ । ସମଗ୍ର ରାଇରଙ୍ଗପୁର ସହର ଜଗନ୍ନାଥମୟ ପରିବେଶ ହୋଇ ଉଠିଥିଲା ।ସ୍ନାନ ମଣ୍ଡପରେ ଶ୍ରୀ ଜୀଉଙ୍କ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ଅଛି ।ପରେ ଭକ୍ତମାନଙ୍କୁ ମନ୍ଦିର କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।କାର୍ଯ୍ଯକ୍ରମରେ , ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ଡାହୁକ କୃଷ୍ନ ବିହାରୀ ମହାନ୍ତି,ନବୀନ ରାମ, ରତିକାନ୍ତ ପରୀକ୍ଷା,ସୁବାଷ ମଣ୍ଡଳ,ବୁଲୁ ପଟନାୟକ, ଦିବ୍ୟଜ୍ୟୋତି ଖୁଣ୍ଟିଆ, ସୁଜିତ ପଟନାୟକ , ଗୌରୀ ଦତ୍ତ,ପ୍ରସାଦ ବେହେରା, ଏବଂ ମନ୍ଦିର କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୋକ୍ଷଦା ଏକାଦଶୀ ନୀତି ପାଳିତ

masiha

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

ବାବା ବଟେଶ୍ବର ମନ୍ଦିରରେ ଜାଗର ଯାତ୍ରା

Sunil Chandra Nayak

Leave a Comment

error: Content is protected !!