ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ସଭାପତି ମନୋନୀତ

ନର୍ଲା (ମନିସ) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୧୪ ଗୋଟି ମହାବିଦ୍ୟାଳୟ ଗୁଡିକରେ ନୂତନ ପରିଚାଳନା କମିଟିର ସଭାପତି ପଦ ମନୋନୀତ କରାଯାଇଛି। ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ପରିଚାଳନା ସଭାପତି ରୂପେ ବଲବସପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କ୍ଷୀରସିନ୍ଧୁ ସାହୁଙ୍କ ନାମ ଉପସ୍ଥାପନ ହୋଇଛି। ଏଥିପାଇଁ ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜ ପକ୍ଷରୁ ଅଧ୍ୟକ୍ଷ ଓ ଅଧ୍ୟାପକ କର୍ମଚାରୀ ମାନେ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜର ଅନେକ ସମସ୍ୟାର ସମାଧାନ ଦିଗରେ ନୂତନ ପରିଚାଳନା ସଭାପତି କିପରି ଶୃଙ୍ଖଳିତ ଭାବେ କଲେଜଟିକୁ ପରିଚାଳିତ କରିବେ ତାହା ଦେଖିବାକୁ ବାକି ରହିଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି। ଏଠାରେ ଶିକ୍ଷାଦାନ କରୁଥିବା ଅନେକ ଅଧ୍ୟାପକ ଓ ଅଧ୍ୟାପିକା ଦୂରଦୂରାନ୍ତରୁ ଆସି ଶିକ୍ଷାଦାନ କରିଥାନ୍ତି। ଏହା ପୂର୍ବରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ବାରମ୍ବାର ଅଧ୍ୟାପକ ସମୂହଙ୍କୁ ନର୍ଲା ଠାରେ ରହି କାର୍ଯ୍ୟକ୍ଷେତ୍ରରେ ଯୋଗଦାନ କରିବାକୁ ଜଣାଇ ଆସୁଥିବା ବେଳେ କୈାଣସି ଅଧ୍ୟାପକ ଏଥିରେ ସମ୍ମତି ଜଣାଇନଥିବା ଯୋଗୁଁ ନୂତନ ପରିଚାଳନା ସଭାପତି ଏହା ଉପରେ କିପରି ସମାଧାନ ଓ ପଦକ୍ଷେପ ଗ୍ରହଣ କରିବେ ବୋଲି ବୁଦ୍ଧିଜୀବୀମାନେ ଆଶା ଆଶଙ୍କାରେ ରହିଛନ୍ତି।

ଦୀପକ ଠାକୁର/ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଳିତ

masiha

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

masiha

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

Leave a Comment

error: Content is protected !!