ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଜଳବାୟୁ ପରିବର୍ତ୍ତନ ଚିନ୍ତା ଜନକ , ଜୟନ୍ତପୁର ଠାରେ ବିଶ୍ବ ପରିବେଶ ଦିବସ

ଧର୍ମଗଡ ଏବେ ସମଗ୍ର ବିଶ୍ବ ରେ ଜଳବାୟୁ ପରିବର୍ତ୍ତନ ଏକ ଚିନ୍ତାର ବିଷୟ ହୋଇଛି । ଏହି ପରିବର୍ତ୍ତନ ର କାରଣ ଏହି ମଣିଷ ସମାଜ । ଏଣୁ ବେଳ ଥାଉଥାଉ ଏହାକୁ ମୁକାବିଲା ନଲେ ସମଗ୍ର ବିଶ୍ବ ନାରଖାର ହେବା ସୁନିଶ୍ଚିତ ବୋଲି ଆଜି ଜୟନ୍ତପୁର କନ୍ୟାଶ୍ରମ ପରିସରରେ ରିଲାଏନ୍ସ ଫାଉଣ୍ଡେସନ୍ ଏବଂ କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପାଳିତ ବିଶ୍ବ ପରିବେଶ ଦିବସରେ ଯୋଗଦେଇ ଅତିଥି ମାନେ ବକ୍ତବ୍ୟ ଦେଇଛନ୍ତି । ଏହି କାର୍ଯ୍ୟ କ୍ରମରେ ରିଲାଏନ୍ସ ଫାଉଣ୍ଡେସନ୍ ର କଳାହାଣ୍ଡି ପ୍ରୋଗ୍ରାମ ମ୍ୟାନେଜର ଦେବେନ୍ଦ୍ର ପଟେଲ, କର୍ତ୍ତବ୍ୟ ର ମୂଖ୍ୟ ଅଶୋକ ପଟ୍ଟନାୟକ, ବିଡିଓ ଶରତ ସେଠୀ,ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କୌର,ଉଦ୍ୟାନ କୄଷି ଅଧିକାରୀ ଟଙ୍କଧର କାଲୋ,ବରିଷ୍ଠ ସାମ୍ବାଦିକ ଇଙ୍ଗିତ କୁମାର ପଣ୍ଡା ,ଅମୀୟ ପଣ୍ଡା, ଜିଲ୍ଲା ପରିଷଦ ଶଙ୍କର ଯୁଏଡ,ଜୟନ୍ତପୁର ସରପଞ୍ଚ ଶ୍ରୀମତି ଜୟନ୍ତୀ ବାଗ, ସମିତି ସଭ୍ୟ ଥବିର ନାଗ, ଛଞ୍ଚାଣବାହାଲି ସରପଞ୍ଚ ପ୍ରୀତି ବେମାଲ ,ଜୟନ୍ତପୁର କନ୍ୟାଶ୍ରମ ର ଶିକ୍ଷକ ହିମାଂଶୁ ମାଝୀ ପ୍ରମୂଖ ଅତିଥି ଭାବରେ ଯୋଗ ଦେଇଥିଲେ ।ପ୍ରକ୍ଷାତ ଘୁମୁରା ଗାୟକ ମାର୍କଣ୍ଡ ନାଏକ ଏବଂ ସାଥିଙ୍କ ଦ୍ବାରା ସଚେତନତା ଧର୍ମୀ ଗୀତ ପରିବେଷଣ କରାଯାଇଥିଲା । ଆଜିର ଦିନରେ ସ୍ଥାନୀୟ ମହିଳା ମାନେ କନ୍ୟାଶ୍ରମ ପରିସରରେ ଉପକାରୀ ଫଳଗଛ ରୋପଣ କରିଥିଲେ । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ରେ ଲୋକଙ୍କୁ ସଚେତନ କରି ଦଶ ହଜାର ଗଛ ଘରେ ଓ ଚାଷଜମିରେ ରୋପଣ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ତରଫରୁ ଘୋଷଣା କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍ବେଚ୍ଛାସେବୀ ସଦାନନ୍ଦ, ସୁଧିର,ରବିନ୍ଦ୍ର, ଦିବ୍ୟ, ଜିତେନ୍ଦ୍ର, ବିକ୍ରମ ଓ ନିରାକାର ସମସ୍ତ ସହଯୋଗ କରିଥିଲେ । ଏଥିରେ ଦଣ୍ଡପାଟ ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଓ ମହିଳା ଯୋଗ ଦେଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!